କ୍ରିମିଆ ବ୍ରିଜ୍‌ ଆଟାକର ବଦ୍‌ଲା ନେଲା ରୁଷ୍‌, ଏକାସାଙ୍ଗେ ୭୫ ମିସାଇଲ୍‌ ମାଡ

ମସ୍କୋ ୧୦।୧୦ :  ରୁଷ୍‌ର ବଦ୍‌ଲା । କ୍ରିମିଆ ବ୍ରିଜ୍‌ରେ ଆକ୍ରମଣ ଘଟଣାରେ ପ୍ରତିଶୋଧ ନେଲା ପୁଟିନ୍‌ ସେନା । ଏକାସାଙ୍ଗେ ୟୁକ୍ରେନ୍‌ର ବିଭିନ୍ନ ସହରରେ କରିଛି ମିସାଇଲ୍‌ ମାଡ଼ । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ରୁ ଅଧିକ ଗୁରୁତର ହୋଇଛନ୍ତି । ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ମିଡିଆକୁ ଏହି ସୂଚନା ଦେଇଛନ୍ତି । ୟୁକ୍ରେନ୍‌ ରାଷ୍ଟ୍ରପତି କହିଛନ୍ତି ଯେ, ଆଜି ଦିନତମାମ ଦେଶର ବିଭିନ୍ନ ସହରରେ ଏକାସମୟରେ ମିସାଇଲ୍‌ ମାଡ଼ ହୋଇଛି । ପାଖିପାଖି ରୁଷ୍‌ ପକ୍ଷରୁ ୭୫ଟି ମିସାଇଲ୍‌ ମାଡ଼ ହୋଇଛି । ଯେଉଁଥିରେ ଏକାଧିକ ଲୋକଙ୍କ ମୃତ୍ୟୁ  ହୋଇଛି । ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ମଧ୍ୟ ମିସାଇଲ୍‌ ମାଡ଼ ହୋଇଥିବା ସୂଚନା ମିଳିଛି । ହେଲେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି କି କେତେଜଣ ମୃତାହତ ହୋଇଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଗତ କିଛି ଦିନ ଶାନ୍ତ ଥିବା ରୁଷ୍‌ ସେନା ପୁଣି ଥରେ ଆକ୍ରୋଶ ହୋଇଉଠିଛି ।

ସୂଚନାଯୋଗ୍ୟ ଯେ, ରବିବାର ୟୁକ୍ରେନ୍‌ର ଜାପୋରିଜିଆରେ ମିସାଇଲ୍‌ ମାଡ଼ରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୯ ଜଣ ଆହତ ହୋଇଛନ୍ତି । ଗତ ତିନି ଦିନ ମଧ୍ୟରେ ଏହି ଆକ୍ରମଣ ହେଉଛି ଦ୍ୱିତୀୟ ବଡ ଆକ୍ରମଣ । ଋଷର ଯୁଦ୍ଧାସ୍ତ୍ର ବିମାନ ଅତି କମରେ ୧୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି ।

Spread the love