ଅମିତାଭଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ  :  ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନାୟକଙ୍କ ଲମ୍ବା ଏବଂ ସୁସ୍ଥ ଜୀବନ ପ୍ରାର୍ଥନା କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ୍‌ ଯୋଗେ ଲେଖିଛନ୍ତି, ଅମିତାଭ ବଚ୍ଚନ ଜୀଙ୍କୁ ୮୦ତମ ଜନ୍ମଦିନର ଶୁଭେଚ୍ଛା। ସେ ଭାରତର ସବୁଠୁ ଉଲ୍ଲେଖନୀୟ ଫିଲ୍ମ ଭେଟରାନଙ୍କ ମଧ୍ୟରୁ ଅନ୍ୟତମ। ସେ ପିଢି ପରେ ପିଢି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି। ତାଙ୍କର ଏକ ଲମ୍ବା ଏବଂ ସୁସ୍ଥ ଜୀବନ କାମନା କରୁଛି।

Spread the love