ବାଲିଯାତ୍ରା ପାଇଁ ପ୍ଲଟ ବିକ୍ରି ଆରମ୍ଭ; ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଲିଲା ସଚେତନତା ରଥ

କଟକ ୧୧/୧୦: କଟକ ବାଲିଯାତ୍ରା ପାଇଁ ପ୍ଲଟ ବିକ୍ରି କାମ ଜାରି ରହିଛି। ଏହି ପ୍ରକ୍ରିୟାରେ ସହର ଓ ଜିଲ୍ଲାର ସବୁ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ଜିଲ୍ଲା ପ୍ରଶାସନ ଏକ ସଚେତନତା ରଥ ଆରମ୍ଭ କରିଛି। ଚଳିତ ବର୍ଷ ବାଲିଯାତ୍ରାରେ ସ୍ଥାନୀୟ ଓ ରାଜ୍ୟର ଵିଭିନ୍ନ ହସ୍ତକଳା ବ୍ୟବସାୟ ଓ ବ୍ୟବସାୟୀମାନଙ୍କୁ ପ୍ରାଥମିକତା ଦେବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। କାରଣ କରୋନା କଟକଣା ଯୋଗୁଁ ଏଭଳି ବ୍ୟବସାୟୀମାନେ ବିଗତ ୨ ବର୍ଷ ଧରି ଅନେକ କଷ୍ଟ ସ୍ବୀକାର କରିଛନ୍ତି। ତେଣୁ ଚଳିତ ବାଲିଯାତ୍ରାରେ ସେମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ  କହଛନ୍ତି।

Spread the love