ଅମିତାଭ୍‌ଙ୍କ ପରେ ଅଭିଷେକ୍‌ ବଚ୍ଚନ କରିବେ KBC ହୋଷ୍ଟ

ନୂଆଦିଲ୍ଲୀ  :  କେବିସିର ହୋଷ୍ଟ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଗତକାଲି ୮୦ ବର୍ଷରେ ପାଦ ଥାପିଲେ। କେବିସି ଏବଂ ସୋନି ଟିଭି ଏକ ଗ୍ରାଣ୍ଡ ଅନ୍ଦାଜ୍‌ରେ ବିଗ୍ ବିଙ୍କ ଜନ୍ମଦିନ ପାଳନ କରିଥିଲେ ।୨୦୦୦ ମସିହାରେ ଅମିତାଭ ବଚ୍ଚନ ପ୍ରଥମେ ‘କୌନ ବନେଗା କରୋଡପତି’ ହୋଷ୍ଟ କରିଥିଲେ। ସେହି ଦିନଠାରୁ ଏହି ସିରିଜ୍ କ୍ରମାଗତ ଭାବରେ ଚାଲିଆସୁଛି। ହେଲେ ମଝିରେ ଶାହରୁଖ ଖାନଙ୍କୁ ହୋଷ୍ଟ ଭାବରେ ଶୋ’କୁ ଅଣାଯାଇଥିଲା କିନ୍ତୁ ସେହି ସିଜିନ୍‌ ଭଲ ଚାଲିନଥିଲା ।ଅମିତାଭ ବଚ୍ଚନଙ୍କ ପ୍ରତ୍ୟେକ ପ୍ରଶଂସକ ସବୁବେଳେ ଚାହାନ୍ତି ସେ ସୁସ୍ଥ ରୁହନ୍ତୁ ଏବଂ ଦର୍ଶକଙ୍କୁ ଏହିପରି ମନୋରଞ୍ଜନ କରୁଥାଆନ୍ତୁ। କିନ୍ତୁ ସେ ସେହି ବୟସରେ ପହଞ୍ଚିଛନ୍ତି ଯେ ବର୍ତ୍ତମାନ ସେ ବୋଧହୁଏ ଯେକୌଣସି ସମୟରେ ଅବସର ନେଇପାରନ୍ତି। ଏଭଳି ପରିସ୍ଥିତିରେ ପ୍ରତ୍ୟେକ କେବିସି ଦର୍ଶକଙ୍କ ମନରେ ପ୍ରଶ୍ନ ଆସିଥଲା ଯେ ଅମିତାଭଙ୍କ ପରେ ଏହି ଶୋ’ କିଏ ଆୟୋଜନ କରିବ? ଗତକାଲି ଏପିସୋଡରେ ଲାଗୁଥିଲା କି ଅମିତାଭ ଇଶାସାରେ ଏହି ପ୍ରଶ୍ନର ଉତ୍ତର ଦେଇ ଦେଇଛନ୍ତି। ସେହି ଏପିସୋଡ୍‌ରେ ଅମିତାଭଙ୍କୁ ହଟ୍‌ ସିଟ୍‌ରେ ବସିବା ପାଇଁ ପ୍ରସ୍ତୁତ କରାଯାଇଥିଲା ଏବଂ ତାଙ୍କ ପୁଅ ଅଭିଷେକ ହୋଷ୍ଟ ଚେୟାରରେ ବସିଥିଲେ। ଅଭିଷେକଙ୍କ ଲୁକ୍ ମଧ୍ୟ ଅମିତାଭ ବଚ୍ଚନଙ୍କ ପରି ବହୁ ପରିମାଣରେ ରଖାଯାଇଥିଲା।ଯେଉଁମାନେ ଅଭିଷେକ ବଚ୍ଚନଙ୍କୁ କେବିସି ହୋଷ୍ଟର ଚେୟାରରେ ଦେଖିଥିଲେ, ସେମାନେ ସ୍ପଷ୍ଟ ଭାବରେ ବୁଝି ହୋଇଯାଉଥିଲା। ତେବେ ପ୍ରକୃତରେ ଅମିତାଭଙ୍କ ପରେ ତାଙ୍କ ପୁଅ ଅଭିଷେକ ବଚ୍ଚନ ଏହି ସୋ ଆୟୋଜନ କରିବେ କି? ପ୍ରଶଂସକମାନେ ଚାହାଁନ୍ତି ଯେ ସୁପରହିଟ୍ ବ୍ୟକ୍ତ ସର୍ବଦା ହୋଷ୍ଟର ଚେୟାରରେ ବସିବା ଉଚିତ୍।

Spread the love