ହାଇକୋର୍ଟ ଗଲା ଅର୍ଚ୍ଚନା ନାଗ୍ କେସ୍, ଭାରତୀୟ ବିକାଶ ପରିଷଦ ଦାୟର କଲା ଜନସ୍ୱାର୍ଥ ମାମଲା

କଟକ ୧୪/୧୦: ହାଇକୋର୍ଟ ଗଲା ଅର୍ଚ୍ଚନା ନାଗ୍‌ ମାମଲା । ବ୍ଲାକମେଲିଂ କୁଇନଙ୍କ ବେଆଇନ ସମ୍ପତ୍ତିର ଇଡି ତଦନ୍ତ ପାଇଁ ଦାବି ହୋଇଛି । ଏନେଇ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର ହୋଇଛି । ଅର୍ଚ୍ଚନାଙ୍କ ସହ ସମ୍ପର୍କିତ ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମଧ୍ୟ ଆବେଦନ କରାଯାଇଛି ।

ସୂଚନା ଥାଉକି ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍ ଅର୍ଚ୍ଚନାର କଳା ଟଙ୍କାରେ ମଉଜ କରୁଥିଲା ସ୍ୱାମୀ ଜଗବନ୍ଧୁ । ଘରେ ରଖିଥିଲା ୩ ଲକ୍ଷର ଆମେରିକାନ ମକାଓ ଚଢ଼େଇ, ପିଉଥିଲା ଦାମୀ ବ୍ରାଣ୍ଡର ମଦ । ଭୁବନେଶ୍ୱର ସତ୍ୟବିହାର ଘରେ ଅଛନ୍ତି ୪ ଲକ୍ଷ ଟଙ୍କା ମୁଲ୍ୟର ବିଦେଶୀ କୁକୁର । ମୁଡ ବନେଇବା ପାଇଁ ଦାମୀ ବ୍ରାଣ୍ଡର ମଦ ପିଉଥିଲା ଜଗବନ୍ଧୁ। ରୂପା ଗ୍ଲାସରେ ପିଉଥିଲା ଫରେନ ବ୍ରାଣ୍ଡ ମଦ । ହାତରେ ପିନ୍ଧୁଥିଲା ୨ ଲକ୍ଷ ଟଙ୍କାର ହାତଘଣ୍ଟା । ସ୍ତ୍ରୀର ପଲଙ୍କ ସେବା ଟଙ୍କାରେ ସ୍ୱାମୀ କରୁଥିଲା ଅୟସ ।

ପୁରୀ ଭୁବନେଶ୍ୱର ବାଇପାସରେ ଥିବା ପୁରୁଣା ଗାଡି ସୋରୁମରେ ଲାଗିଛି କଳା ଟଙ୍କା। ୧୦ ପ୍ରତିଶତ ସୁଧରେ କୋଟି କୋଟି ଟଙ୍କା ଲଗାଇଛନ୍ତି ଜଗବନ୍ଧୁ। ପୁରା ସିଣ୍ଡିକେଟ ପଛରେ ଜଗବନ୍ଧୁର ୪ ସାଙ୍ଗ ଓ ଭାଇ । ଫାର୍ମ ହାଉସରେ ଚାଲୁଥିଲା ବିଜନେସ ଡିଲ୍ । ଭୁବନେଶ୍ୱର ଉପକଣ୍ଠ ଏକ ବାଲିଘାଟରେ ଲାଗିଛି ଟଙ୍କା । ଅର୍ଚ୍ଚନାଠୁ ଜବତ ପେନ୍‌ଡ୍ରାଇଭରେ ରହିଛି ସାଙ୍ଘାତିକ ତଥ୍ୟ । ଖୁବଶୀଘ୍ର ରିମାଣ୍ଡରେ ଆଣି ସତ ଓଗାରିବ କମିଶନରେଟ ପୋଲିସ୍ । ସେପଟେ ଏହି ସବୁ ଘଟମା ଲୋକଲୋଚନକୁ ଆଣିବାକୁ ଦାବି କରିଛି ଭାରତୀୟ ବିକାଶ ପରିଷଦ ।

Spread the love