ଅବସର ପୂର୍ବରୁ ଭିଜିଲାନ୍‌ସ ଜାଲରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ

ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟରଙ୍କ ଅମାପ ସଂପତ୍ତି। ଅବସର ପୂର୍ବରୁ ଭିଜିଲାନ୍‌ସ ଜାଲରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ଚଢଉ ହୋଇଛି। ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଯାଞ୍ଚ । ରାଜ୍ୟ ବାହାରେ ମଧ୍ୟରେ ରେଡ୍‌ ହୋଇଛି। ମହେଶଙ୍କ ମାଳ ମାଳ କୋଠା ରହିଛି। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଅଟଳ ଠାରେ ରହିଛି ୨ଟି ଫ୍ଲାଟ। ଏହାର ମୂଲ୍ୟ ୬୧ଲକ୍ଷ ୫୦ହଜାର ଟଙ୍କା ହେବ। ଭୁବନେଶ୍ୱରର ସୁନ୍ଦରପଦା ଠାରେ ଆନୁମାନିକ ୧୩ଲକ୍ଷ ୨୩ହଜାର ଟଙ୍କାର ରହିଛି ଗୋଟିଏ ଫ୍ଲାଟ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଚିନ୍ନାଗାଡିଲି ହିଲ୍‌ ଭିୟୁ ରେସିଡେନ୍‌ସିରେ ରହିଚି ୧୭ଲକ୍ଷ ୫୬ହଜାର ଟଙ୍କାର ଫ୍ଲାଟ। ପୈତୃକ ଘର ରାୟଗଡ଼ାରେ ରହିଛି ଗୋଟିଏ କୋଠା। ଏହା ସହ ଭୁବନେଶ୍ୱରରେ ୬ଟି ପ୍ଲଟ ରହିଛି। ଏଥିରୁ ୩ଟି କେବଳ ପ୍ରାଇମ ଏରିଆରେ ରହିଛି। କୋରାପୁଟରେ ୩ଟି ପ୍ଲଟ ରହିଛି। ମହେଶ ପଟ୍ଟନାୟକଙ୍କର ଏକ କୋଟି ୧୯ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବୀମା ଆଦି ରହିଛି। ଏହା ସହ ନଗଦ ୨ଲକ୍ଷ ୪୦ହଜାର ଟଙ୍କା ମିଳିଛି। ତାଙ୍କ ପାଖରେ ରହିଛି ୪ଟି ଦୁଇଚକିଆ ଗା଼ଡି। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍‌ସ ଜଜ୍‌ଙ୍କ ନିର୍ଦ୍ଦେଶରେ ଚଢାଉ ହୋଇଛି। ଅକ୍‌ଟୋବର ୩୧ ତାରିଖରେ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଚାକିରୀ କାର୍ଯ୍ୟକାଳ ଶେଷ ହେଉଛି।

Spread the love