ପୁରୀ ଗସ୍ତରେ ପାଣ୍ଡିଆନ୍ ଦମ୍ପତ୍ତି, ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ସହ ମା ବିମଳା ଓ ମହାଲକ୍ଷ୍ମୀଙ୍କ ନେଲେ ଆଶିଷ

ପୁରୀ ୧୫/୧୦: ପୁରୀରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଓ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ୍ । ଆଜି ସକାଳୁ ଉଭୟେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନରେ ଥିବା ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିଛନ୍ତି । ଏଥିସହ ମା ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଛନ୍ତି । ପରେ ୫-ଟି ସଚିବ ଓ ତାଙ୍କ ଧର୍ମପତ୍ନୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି । ସୂଚନା ଥାଉକି, ଗତକାଲି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥି ୫-ଟି ସଚିବ । ଏହାସହ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ବି ତଦାରକ କରିଥିଲେ ।

Spread the love