କୋଇଲା ଖଣିରେ ଜୋରଦାର ବିସ୍ଫୋରଣ, ୨୨ ମୃତ
ନୂଆଦିଲ୍ଲୀ ୧୫।୧୦ : ତୁର୍କୀର ଏକ କୋଇଲା ଖଣିରେ ଜୋରଦାର ବିସ୍ଫୋରଣ । ଯେଉଁଥିରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି । ଏବେବି କିଛି ଲୋକ ଖଣିରେ ଫସିରହିଥିବା ସୂଚନା । ଯାହାଲାଗି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।
ଖବର ଅନୁଯାୟୀ, ତୁର୍କୀର ଉତ୍ତରପ୍ରାନ୍ତରେ ଥିବା ଏକ କୋଇଲା ଖଣିରେ ଶୁକ୍ରବାର ଦିନ ଜୋରଦାର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ସମୟରେ ଖଣିରେ ପ୍ରାୟ ୧୧୦ରୁ ଅଧିକ ଲୋକ ଉପସ୍ଥିତ ରହିଥିଲେ।ତେବେ ଏହି ବିସ୍ଫୋରଣ ପରେ ଅନେକ ଶ୍ରମିକ ବାହାରକୁ ବାହାରିବାରେ ସଫଳ ହୋଇଥିଲେ । କିନ୍ତୁ ଫସିଯାଇଥିଲେ କିଛି ଲୋକେ । ସେମାନଙ୍କ ମଧ୍ୟରୁ ୪୯ ଜଣ ଗୁରୁତର ହୋଇଥିଲେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ତୁର୍କୀ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁଯାୟୀ, ଏହି ଦୁର୍ଘଟଣାରେ ମୋଟ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ରହିଛନ୍ତି । ଏବେବି ଖଣିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାବ୍ୟତୀତ ଶନିବାର ତୁର୍କୀ ରାଷ୍ଟ୍ରପତି ଘଟଣାସ୍ଥଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି