ପାକିସ୍ତାନରେ : ଛାତ ଉପରୁ ମିଳିଲା ୫ଶହ ମୃତଦେହ

ପେଶାଓ୍ୱାର ୧୫/୧୦: ପାକିସ୍ତାନରେ ଏକ ହସ୍ପିଟାଲ୍ ଛାତ ଉପରୁ ମିଳିଛି ୫ ଶହ ଶବ। ଅନେକ ମୃତ ଶରୀରର ବିଭିନ୍ନ ଅଂଶ ଗାଏବ୍ ହୋଇଥିବା ଦେଖିବାକୁ ମିଳିଛି। କିଛି ଶବର ଛାତି ଚିରା ହୋଇଥିବା ବେଳେ, ଅନେକ ଶବର ପେଟ ଚିରା ହୋଇଛି।ମନୁଷ୍ୟ ଅଙ୍ଗର ତସ୍କରୀ ଚାଲିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ , ଶବ ଉପରେ ମେଡିକାଲ୍ ରିସର୍ଚ୍ଚ ହୋଇଥିବା ଦାବି କରାଯାଉଛି। ଶବ ଗୁଡ଼ିକରୁ ହାଡ଼ ବାହାର କରିବା ପାଇଁ ସେଗୁଡ଼ିକୁ ମେଡିକାଲ୍ ଛାତ ଉପରେ ରଖାଯାଇଥିବା କୁହାଯାଉଛି। ପାକିସ୍ତାନର ମୁଲ୍ଲାନ୍ ସହରର ପଞ୍ଜାବ ନିସ୍ତାର ହସ୍ପିଟାଲରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ସରକାରୀ ଅଧିକାରୀ ଶବଗୁଡ଼ିକର ଅନ୍ତିମ ସଂସ୍କାର ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ, ଘଟଣାର ଯାଞ୍ଚ କରାଯିବ ବୋଲି କହିଛନ୍ତି।

Spread the love