ଆସନ୍ତା ୧୫ ଦିନରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ

ଅକ୍ଟୋବର ମାସର ଅଧା ଦିନ ଶେଷ ହୋଇଗଲାଣି । ଏହା ଭିତରେ ଅନେକ ପର୍ବ ମଧ୍ୟ ଗଲାଣି । ହେଲେ ଏବେ ବି ଛୁଟି ତାଲିକା ବାକି ଅଛି । ଆଗକୁ ଦୀପାବଳିଠାରୁ ଆରମ୍ଭ କରି ଗୋବର୍ଦ୍ଧନ ପୂଜା, ଭାଇଦୁଜ୍ ପରି ଆନେକ ପର୍ବ ଆସୁଛି । ତେଣୁ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ସେ ନେଇ ଜାଣି ନିଅନ୍ତୁ । ଆଗକୁ ଆସୁଛି ଦୀପାବଳି , ଆଉ ପର୍ବ ଯେବେବି ଆସେ ସାଙ୍ଗରେ ଛୁଟି ନେଇ ଆସେ । ଆକ୍ଟୋବର ମାସ ଶେଷ ହେବାକୁ ଆଉ ୧୫ ଦିନ ବାକିଥିଲେ ବି ଛୁଟି କିନ୍ତୁ ଶେଷ ହୋଇନି । ଏପରି ସ୍ଥଳେ ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି ତାହେଲେ ଶୀଘ୍ର ସାରନ୍ତୁ । କାରଣ ଆସନ୍ତା ୧୫ ଦିନ ଭିତରେ ପାଖାପାଖି ୧୦ ଦିନ ବନ୍ଦ ରହିବ ଦେଶର ସବୁ ବ୍ୟାଙ୍କ । ସବୁ ରାଜ୍ୟର ପର୍ବପର୍ବାଣୀକୁ ପ୍ରସ୍ତୁତ ହୋଇ ବ୍ୟାଙ୍କର ଛୁଟି ତାଲିକା । ଅକ୍ଟୋବର ୧୬, ୧୮, ୨୨, ୨୩,୨୪,୨୫,୨୬, ୨୭ , ୩୦ ଓ ୩୧ରେ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ପାର୍ବଣୀକୁ ନେଇ ବ୍ୟାଙ୍କ ଛୁଟି ରହିବ ।

Spread the love