ବିରାଟ କୋହଲିଙ୍କୁ ଗିରଫ କର, ପଢନ୍ତୁ…

 ଟ୍ୱିଟରରେ ଟ୍ରେଣ୍ଡ କରୁଛି ଆରେଷ୍ଟ କୋହଲି । ନିକଟରେ ତାମିଲନାଡୁ ହୋଇଥିବା ଗୋଟିଏ ଘଟଣା ପରେ ଏଭଳି ଦେଖିବାକୁ ମିଳିଛି । ବିରାଟ କୋହଲିଙ୍କ ଫ୍ୟାନ୍ସ ନିଜର ଜଣେ ସାଙ୍ଗକୁ ହତ୍ୟା କରିଛି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ରୋହିତ ଶର୍ମାଙ୍କ ଫ୍ୟାନ୍ସ । ଏହା ପରେ ଟ୍ୱିଟରରେ ଏଭଳି ଦେଖିବାକୁ ମିଳିଛି ।

ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆରେ ଅଛନ୍ତି । ଏଠାରେ ଟି୨୦ ବିଶ୍ୱକପ ଖେଳିବା ପାଇଁ ପୂରା ଭାରତୀୟ ଟିମ ମଧ୍ୟ ଉପସ୍ଥିତ ରହିଛି । ସେମାନେ ମଧ୍ୟ ଜାଣିନଥିବେ ଯେ ଟ୍ୱିଟରରେ ଏଭଳି ଟ୍ରେଣ୍ଡ କରିବାରେ ଲାଗିଛି ଆରେଷ୍ଟ କୋହଲି । ତେବେ ଅଚାନକ କାହିଁକି ଏଭଳି ହ୍ୟାସଟ୍ୟାଗ ଟ୍ରେଣ୍ଡ କରୁଛି ତାକୁ ନେଇ ସମସ୍ତେ ଚକିତ ହୋଇଯାଇଥିଲେ । ଘଟଣା କିଛି ଏହିଭଳି ଥିଲା, ଦୁଇ ସାଙ୍ଗ ପି. ବିଘ୍ନେଶ ଏବଂ ଏସ. ଧର୍ମରାଜଙ୍କ ବିବାଦ ପରେ ଜଣେ ଆଉ ଜଣଙ୍କର ହତ୍ୟା କରିଦେଇଛି । ବିଘ୍ନେଶ ରୋହିତ ଶର୍ମା ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଫ୍ୟାନ୍ସ ହୋଇଥିବା ବେଳେ ଧର୍ମରାଜ ଆରସିବି ତଥା କୋହଲିଙ୍କ ଫ୍ୟାନ୍ସ । ଦୁଇ ଜଣଙ୍କ ମଧ୍ୟରେ କ୍ରିକେଟକୁ ନେଇ କଥା କଟାକଟି ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଧର୍ମରାଜ ବିଘ୍ନେଶଙ୍କ ହତ୍ୟା କରିଦେଇଥିଲେ । ଏହି ମାମଲାକୁ ନେଇ କୋହଲି ଏବଂ ରୋହିତଙ୍କ ଫ୍ୟାନ୍ସ ଟ୍ୱିଟରରେ ସାମ୍ନାସାମ୍ନି ହୋଇଯାଇଥିଲେ । ରୋହିତଙ୍କ ପ୍ରଶଂସକ ବିରାଟଙ୍କ ବିରୋଧରେ ଆରେଷ୍ଟ କୋହଲିର ହ୍ୟାସଟ୍ୟାଗ ଟ୍ରେଣ୍ଡ ଚଳାଇଥିଲେ । ଲମ୍ବା ସମୟ ଧରି ଫ୍ୟାନ୍ସ ପରସ୍ପର ବିରୋଧରେ ଟ୍ୱିଟରରେ ପୋଷ୍ଟ କରିଚାଲିଥିଲେ ।

ଏହି ହତ୍ୟା ଅକ୍ଟୋବର ୧୧ ତାରିଖ ରାତିରେ ଘଟିଛି । ଉଭୟ ବନ୍ଧୁ ମଲ୍ଲୁର ନିକଟରେ ସିଡକୋ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟକୁ ଯାଇଥିଲେ । ସେଠାରେ ମଦ୍ୟପାନ କରିବା ସମୟରେ ଉଭୟଙ୍କ ମଧ୍ୟରେ କ୍ରିକେଟକୁ ନେଇ ଚର୍ଚ୍ଚା ହୋଇଥିଲା । ଉଭୟ ସାଙ୍ଗଙ୍କର ଗୋଟିଏ ଅଭ୍ୟାସ ଥିଲା ଯେ ସେମାନେ ଆରସିବି ଏବଂ ଏମଆଇର ପ୍ରତ୍ୟେକ ମ୍ୟାଚ ପରେ ପାର୍ଟି କରିଥାନ୍ତି । ଏଥିରେ ସେମାନେ ଗୋଟିଏ ସର୍ତ୍ତ ରଖୁଥିଲେ ଯେ ହାରୁଥିବା ଦଳର ସମର୍ଥକ ପାର୍ଟିର ସମସ୍ତ ଘର୍ଚ୍ଚ ଉଠାଇବ । ଏହି ଗଣ୍ଡଗୋଳ ଭିତରେ ଜଣେ ଆଉ ଜଣଙ୍କର ହତ୍ୟା କରିଦେଇଥିଲା ।

Spread the love