ODM ସ୍କୁଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ଶିକ୍ଷା ସହ ଅତ୍ୟାଧୁନିକ ସୁବିଧା-ସୁଯୋଗ ପ୍ରଦାନ କରୁଛନ୍ତି କର୍ତ୍ତୃପକ୍ଷ

ଭୁବନେଶ୍ବର,୧୫/୧୦ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ODM ଗ୍ଲୋବାଲ ସ୍କୁଲର ଉଦଘାଟନ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଏବଂ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମାଜରେ ବିଦ୍ୟାଳୟର ଉଦ୍ଦେଶ୍ୟ କ’ଣ ସେ ବିଷୟରେ ବିସ୍ତୃତ ଭାବେ କହିଥିଲେ । କିଭଳି ଭାବେ ଜଣେ ପିଲା ପାଠ ପଢି ଆଗକୁ ଯିବ ତାହାକୁ ଗୁରତ୍ବ ଦେଇଥିଲେ । ସେହିଭଳି ଓଡିଏମ୍ ଏଜୁକେସନାଲ ଗ୍ରୁପର ପ୍ରତିଷ୍ଠାତା ଡ.ସତ୍ୟବ୍ରତ ମିନକେତନଙ୍କ ଶିକ୍ଷା କ୍ଷେତ୍ରରେ ଥିବା ତାଙ୍କ ଉଦ୍ଦେଶ୍ୟ ଓ ଯୋଗଦାନକୁ ନେଇ ପ୍ରଶଂସା ମଧ୍ୟ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍କୁଲ ଭିତରେ ଥିବା ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଉଦଘାଟନ କରିବା ସହ ଚାରାରୋପଣ କରିଥିଲେ ।

ଏହା ମଧ୍ୟରେ ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବା ସହ ରୋହିତ ଶର୍ମା କ୍ରିକେଟ ଏକାଡେମିକ ଏବଂ ଶଙ୍କର ମହାଦେବନ ମ୍ୟୁଜିକ ଏକାଡେମିକ ସହିତ ସହବନ୍ଧିତ ମଧ୍ୟ ରହିଛି । ବିଶ୍ୱ ସ୍ତରରେ ୧୨ରୁ ଅଧିକ ଜଣ ଶିକ୍ଷକ ଏହା ସହ ଜଡ଼ିତ ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ପ୍ରଶାସନିକ ନିର୍ଦ୍ଦେଶକ ଥିବା ଇନ୍ଦ୍ରାଣୀ ରାୟ ଏବଂ ସିଓଓ ସୋୟନ ସତ୍ୟେନ୍ଦୁ ଏବଂ ସ୍କୁଲର ଅଧ୍ୟକ୍ଷା ସଲେନ୍ଦ୍ର କୁମାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love