ଏସ୍‌ଟିଏଫ୍‌ ପଞ୍ଝାରେ ବାଘଛାଲ ବେପାରୀ, ତିନି ଗିରଫ

ଭୁବନେଶ୍ୱର ୧୬।୧୦ :  ଏସ୍‌ଟିଏଫ୍‌ ପଞ୍ଝାରେ ବାଘଛାଲ ବେପାରୀ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା କୋଲାବିରା ମାଳିଧି ଛକ ନିକଟରୁ ତିନି ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଏହାସହ ସେମାନଙ୍କ ନିକଟରୁ କଳରାପତରିଆ ବାଘ ଛାଲ ମଧ୍ୟ ଜବତ ହୋଇଛି ।

ଖବର ଅନୁଯାୟୀ, ଝାରସୁଗୁଡା ଯୋଗିଡିହ ଗାଁର ସୁମିତ ପଟେଲ , ବଲାଙ୍ଗିର ସୁଦୁପଡାର କ଼ପା ସାହୁ ଓ ସମ୍ବଲପୁର ପଲାସାମାଳର ଆଦିତ୍ୟ ପାତ୍ର ବାଘଛାଲ ବେପାର କରିବାକୁ ଆଣିଥିଲେ । ସେମାନଙ୍କୁ କୌଶଳକ୍ରମେ ଏସ୍‌ଟିଏପ୍‌ ଗିରଫ କରିଛି । ଏହାସହ ସେମାନଙ୍କ ବିରୁଦ୍ଧରେ ୩୭୯ , ୪୧୧ , ୪୧୩ , ୧୨୦ ବି ଦଫାରେ ମାମଲା ରୁଜୁ କରି ଝାରସୁଗୁଡା ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ତେବେ ଏମାନେ କେଉଁ ଜଙ୍ଗଲରୁ ବାଘକୁ ଶିକାର କରୁଥିଲେ,  ଆଉ କିପରି ବାଘ ଛାଲ ବାହାର କରୁଥିଲେ । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।  

Spread the love