ଚିଲିକା ମୁହାଁ ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନବିଭାଗର ସ୍ୱତନ୍ତ୍ର ପ୍ରସ୍ତୁତି

ଖୋର୍ଦ୍ଧା ୧୬।୧୦ : ଚିଲିକା ମୁହାଁ ବିଦେଶୀ ପକ୍ଷୀ । ଶୀତଋତୁର ଆଗମନରେ ଏବେ ଚିଲିକା ମୁହାଁ ହୋଇଛନ୍ତି ବିଦେଶୀ ପକ୍ଷୀ । ଏବେ ଚିଲିକା ନଳବଣକୁ ବିଦେଶାଗତ ପକ୍ଷୀ ମାଇଲି ମାଇଲି ଦୂର ଅତିକ୍ରମ କରି ପହଁଚୁଛନ୍ତି । ଅକ୍ଟୋବର ମାସରେ ହିଁ ଚିଲିକାରେ ରଙ୍ଗ ବେରଙ୍ଗର ପକ୍ଷୀ ଦେଖିବାକୁ ମିଳିଥାନ୍ତି। କାଶ୍ମୀର ଲଦାଖରୁ ମାଇଲ ମାଇଲ କିମି ଅତିକ୍ରମ କରି ଗଡ଼ୱାଲ ପକ୍ଷୀ ଚିଲିକା ନଳବଣରେ ପହଞ୍ଚି ଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି । ତେବେ ଚିଲିକାକୁ ପକ୍ଷୀମାନଙ୍କ ଆସିବା ଖବର ପାଇ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । କିପରି ଚଳିତ ବର୍ଷ ଚିଲିକାରେ ବିଦେଶୀ ପକ୍ଷୀଙ୍କୁ ସୁରକ୍ଷା ଦିଆଯିବ । ସେ ନେଇ ବନ ବିଭାଗ ପକ୍ଷରୁ ତତ୍ପରତା ଦେଖା ଦେଇଛି । ଏନେଇ ସମଗ୍ର ଚିଲିକାରେ ୨୦ଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର କରାଯାଇଛି । ଟାଙ୍ଗି ରେଞ୍ଜରେ ୧୧ ଟି ଟିମ ,ସାତପଡ଼ାରେ ୨ଟି, ଚିଲିକା ନୂଆପଡା-୧,ର ମ୍ଭା-୨, ବାଲୁଗାଁ-୪, ପାରିକୁଦ ରେ-୧ ଟିମ ଗଠନ କରାଯାଇଛି । ପ୍ରତି ଟିମରେ ତିନିଜଣ ଲେଖାଏଁ କର୍ମଚାରୀ ଏବଂ ଜଣେ ଜଣେ ଅଫିସର ନିୟୋଜିତ ରହିଛନ୍ତି । ଏସିଆ ମହାଦେଶର ସର୍ଵବୃହତମ ଲୁଣା ହ୍ରଦ ଚିଲିକାକୁ ବର୍ତ୍ତମାନ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇସାରିଛି । କିଚିରି ମିଚିରି ଶବ୍ଦ କରି ଚିଲିକା ନଳବଣ ଉପରେ ଫର ଫର ହୋଇ ଉଡୁଥିବା ଦେଖିବାକୁ ମିଳିଛି । ଶୀତ ଯେତିକି ବଢିବ ଚିଲିକା ନଳବଣରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢିବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି ।

Spread the love