ଦୁଇ ଭାଇଙ୍କ ପ୍ରେମରେ ପଡିଲେ ଯୁବତୀ

ନୂଆଦିଲ୍ଳୀ ୧୭।୧୦: ଉତ୍ତରପ୍ରଦେଶର ବରେଲିରୁ ଏକ ଆଶ୍ଚର୍ଯ୍ୟଜନକ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଏହି କାହାଣୀ ଶୁଣିବା ପରେ ଆପଣ ଅଭିନେତା ରଣଭୀର ସିଂ ଏବଂ ଅର୍ଜୁନ କପୁରଙ୍କ ଅଭିନୀତ ଡ ଫିଲ୍ମ ‘ଗୁଣ୍ଡେ’କୁ ମନେ ପକାଇବେ। ଯେଉଁଠାରେ ଜଣେ ୨୫ବର୍ଷର ଝିଅ ଦୁଇ ଭାଇଙ୍କ ପ୍ରେମରେ ପଡିଥିଲା । ତା’ପରେ ତିନିଜଣ ଘରୁ ବାହାରି ପଳାଇଲେ। ଘଟଣାକୁ ନେଇ ନାବାଳିକାଙ୍କ ବାପା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଏହି ପ୍ରେମ କାହାଣୀ ବିଷୟରେ ସବୁଆଡେ ହଇଚଇ ସୃଷ୍ଟି କରିଛି ।  ଏହି ତିନିଜଣଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକମାନେ କହୁଛନ୍ତି ଝିଅଟି ଉଭୟ ଭାଇଙ୍କୁ ତାଙ୍କ ଜୀବନ ଅପେକ୍ଷା ଅଧିକ ଭଲ ପାଉଥିଲା । ଯେତେବେଳେ ଘରେ ଏହା ବିଷୟରେ ଜାଣିଲେ, ସେତେବେଳେ ଘରେ ଏକ ବବାଲ ହୋଇଥିଲା । ଏହି ତିନିଜଣଙ୍କୁ ବହୁତ ଗାଳି ଦିଆଯିଇଥିଲା । ଏହି ମାମଲାକୁ ତୁରନ୍ତ ବନ୍ଦ କରାଯାଇଥିଲା। କିନ୍ତୁ ତିନିଜଣଙ୍କ  ମଧ୍ୟରେ ପୁଣି ଥରେ ଏପ୍ରେମ ଏତେ ବଢିଗଲା ଯେ ତିନିଜଣ ଘରୁ ପଳାଇଲେ।

ନିଖୋଜ ଝିଅ ବିଷୟରେ ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିନିଜଣଙ୍କୁ ଖୋଜିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ସବୁଠାରୁ ବଡ କଥା କି ତଦନ୍ତ ବେଳେ ଜଣାପଡିଛି କି ଉଭୟ ଭାଇ ଝିଅକୁ ନେଇ ନିଜ ମାମୁଁ ଘରେ ଅଛି। ଏହା ଜାଣିବା ପରେ ଉଭୟ ପରିବାରରେ ବହୁତ ଗଣ୍ଡଗୋଳ ସୃଷ୍ଟି ହୋଇଛି।  ପୋଲିସ ମଧ୍ୟ ଯୁବକଙ୍କ ମାମୁଁଙ୍କ ବିରୋଧରେ ମାମଲା ରୁଜୁ କରିଛି। ବର୍ତ୍ତମାନ ଏହି ତିନି ପ୍ରେମୀ ଯୁଗଳ କେଉଁଠାରେ ଅଛନ୍ତି ପୋଲିସ ଜାଣିନାହିଁ।

Spread the love