ଚୋରା ଚାଲାଣ ବେଳେ ୧୧୧ଟି କଇଁଛ ଉଦ୍ଧାର

ଚୋରା ଚାଲାଣ ବେଳେ ୧୧୧ଟି କଇଁଛ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜଳସୋହରିଆ ଗ୍ରାମର ଗୌରାଙ୍ଗ ମଣ୍ଡଳଙ୍କ ଘରୁ ଏହି କଇଁଛ ଗୁଡ଼ିକ ଜବତ କରାଯାଇଛି। ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଳେଶ୍ୱର ବନବିଭାଗ ଚଢ଼ଉ କରିଥିଲା। ଏହି କଇଁଛଗୁଡ଼ିକୁ ଉଦ୍ଧାର କରିବା ପରେ ବନ ବିଭାଗ ନିଜ ହେପାଜତରେ ରଖିଛି। ଅଭିଯୁକ୍ତ ଜଣକ କଇଁଛଗୁଡ଼ିକୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ କରୁଥିଲା। ଏହି ଘଟଣାରେ ପୁଲିସ ଗୌରାଙ୍ଗଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେ ଆଗରୁ ମଧ୍ୟ ଏଭଳି କଇଁଛ ଚୋରାଚାଲାଣରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। କଇଁଛଗୁଡ଼ିକ କାହିଁକି ଓ କେଉଁମାଧ୍ୟମରେ ଚୋରାଚାଲାଣ କରାଯାଉଥିଲା ତାହା ଜାଣିବାକୁ ଗୌରଙ୍ଗକୁ ପୁଲିସ ପଚରାଉଚରା କରିଛି। ଏହି ଘଟଣା ପରେ ଜଳଶ୍ୱରରେ କଇଁଛ ଚୋରାଚାଲାଣ ରାକେଟ୍ ସକ୍ରିୟ ହୋଇଥିବା ସନ୍ଦେହ କରାଯାଉଛି।

Spread the love