ବାଣ ଗୋଦାମ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ବାଣ ଜବତ

ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ । ଲକ୍ଷାଧିକ ଟଙ୍କାର ବାଣ ଜବତ । ଗତକାଲି ରାତିରେ କରଞ୍ଜିଆ ପୋଲିସ କୌଣସି ସୂତ୍ରରୁ ଖବରପାଇ କରଞ୍ଜିଆ NACରେ ଏକ ବେଆଇନ ବାଣ ଗୋଦାମ ଘରେ ଚଢ଼ାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ଗଛିତ ବେଆଇନ ବାଣ ଜବତ କରିଛି କରଞ୍ଜିଆ ପୋଲିସ । ଏଥିସହ ମାମାଲାରେ ସମ୍ପୃକ୍ତ ପ୍ରଦୀପ ସାହାଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି । ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ହେବ । ସଂପୃକ୍ତ ବାଣ ବ୍ୟବସାୟୀଙ୍କ ଅନ୍ୟ ଗୋଦାମରେ ବିପୁଳ ପରିମାଣର ବାଣ ଗଛିତ ଥିବା ସନ୍ଦେହ କରୁଛି ପୋଲିସ । ଖବର ମିଳିଲେ ବେଆଇନ ବାଣ ଗୋଦାମ ଉପରେ ଆଗମୀ ଦିନରେ ଚଢ଼ାଉ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି କରଞ୍ଜିଆ IIC ।

Spread the love