ଚିକେନ୍‌ ଚପ୍‌ ରେସିପି

ଆବଶ୍ୟକ ସାମଗ୍ରୀ

୨ଟି ଚିକେନ ଲେଗ୍‌ ପିସ୍‌
୨ଟି ଚିକେନ୍‌ ଥାଇ
୧ କପ୍‌ ହଙ୍ଗ୍‌ କର୍ଡ
୨ ଛୋଟ ପିଆଜ
୧/୨ କପ୍‌ ଭଜା ବେସନ
୨ ଚାମଚ ଅଦା ରସୁଣ ପେଷ୍ଟ
୧ ଚାମଚ ଗରମ ମସଲା ପାଉଡର
୧ ଚାମଚ କାଜୁ ପେଷ୍ଟ
ଏକ ଚିମୁଟାଏ କେସର
୨ ଚାମଚ ଭିଜା ହୋଇଥିବା ଖସଖସ୍‌
୧ ଚାମଚ୍‌ ଚିନି
୧ ଚାମଚ କେଓ୍ଵଡା ପାଣି
୩ ଚାମଚ ଘିଅ
୩ ଚାମଚ ତେଲ
ସ୍ୱାଦାନୁସାରେ ଲୁଣ
୧ ଚାମଚ ଜିରା

ପ୍ରସ୍ତୁତି ପ୍ରଣାଳୀ

ଚିକେନ ଚପ୍‌ ବନାଇବା ପାଇଁ ସର୍ବପ୍ରଥମେ ଏକ ବଡ ମିକ୍ସିଙ୍ଗ ବାଉଲ ନିଅନ୍ତୁ। ସେଥିରେ ଦହି, ପିଆଜ ପେଷ୍ଟ, ଅଦା ରସୁଣ ପେଷ୍ଟ, ବେସନ, ଲାଲ ଲଙ୍କା ପାଉଡର, କାଶ୍ମୀର ଲାଲ ଲଙ୍କା ପାଉଡର, ହଳଦି ପାଉଡର, ଗରମ ମସଲା ପେଷ୍ଟ ଏବଂ ଅନ୍ୟ ସୁଖିଲା ମସଲା ଏବଂ ସୁଖିଲା ମାଓ୍ଵା ଏବଂ ଖସଖସ୍‌, କେଓ୍ଵଡା ପାଣି ଏବଂ କେସର ପକାନ୍ତୁ। ଏବେ ଏକ ବଡ କଡା ନିଅନ୍ତୁ ଏବଂ ସେଥିରେ ୩ ଚାମଚ ଘିଅ କିମ୍ବା ତେଲ ପକାନ୍ତୁ। ଏହାପରେ ଏଥିରେ ଜିରା ପକାଇ ତଡକା ଦିଅନ୍ତୁ।

Spread the love