ଲିଫ୍ଟରେ ଫସିଲେ ୩ ହବିଷିଆଳି, ଅଣନିଶ୍ୱାସୀ ହୋଇପଡିବାରୁ ମେଡିକାଲରେ ଭର୍ତ୍ତି

ଲିଫ୍ଟରେ ଫସି ହଟହଟା ହେଲେ ହବିଷିଆଳି। ପୁରୀ ବୃନ୍ଦବତୀ ନିବାସର ପଛପଟ ଲିଫ୍ଟରେ ତିନି ମହଲା ଉପରକୁ ଯାଉଥିବା ସମୟରେ ଲିଫ୍ଟ ଅଧାରେ ଅଟକି ଯାଇଥିଲା। ଫଳରେ ସେଥିରେ ଥିବା ୩ ଜଣ ଜଣ ହବିଷିଆଳି ଫସି ରହି ଅଣନିଶ୍ୱାସୀ ହୋଇଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇଛି। ଅତ୍ୟଧିକ ଭୟଭୀତ ହୋଇ ହବିଷିଆଳି ମାନେ ଅସୁସ୍ଥ ହୋଇପଡିଥିଲେ। ପରେ ସେମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

Spread the love