ଗୁଜବ କି ସତ ଜଣା ନାହିଁ ହେଲେ ବୃଷଭ କ୍ଷୀର ପିଉଛନ୍ତି ଓ ଲୋକେ ପିଆଉଛନ୍ତି

ଏମିତି ମଝିରେ ମଝିରେ ଶୁଣିବାକୁ ଆଉ ଦେଖିବାକୁ ମିଳେ । କେବେ ଗଣେଶ ଭଗବାନ କ୍ଷୀର ପିଇଲେଣି ତ ଆଉ କେବେ ଶିବଶଙ୍କରଙ୍କ ବାହନ ବୃଷଭଙ୍କ ମୁହଁରେ କ୍ଷୀର ଲଗାଇଲେ ସେ ପିଇ ଯାଉଛ୍ନତି ବୋଲି ଚର୍ଚ୍ଚା ହୁଏ । ତା ପରେ ଗୋଟିଏ ଜାଗା ନୁହଁ, ସମସ୍ତେ ଚେଷ୍ଟା କରନ୍ତି ଠାକୁରଙ୍କୁ କ୍ଷୀର ପିଆଇବା ପାଇଁ । ଏବେ ଏମିତି ଏକ ଘଟଣା ଘଟିଥିବା ଚର୍ଚ୍ଚା ଚାଲିଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅନ୍ତର୍ଗତ ଖୁଣ୍ଟସମଲାଇ କପିଳେଶ୍ୱର ବାବା ମନ୍ଦିରରେ ଘଟିଛି ଏହି ଘଟଣା । ଏହି ଶିବ ମନ୍ଦିରରେ ବୃଷଭ କ୍ଷୀର ପିଉଥିବା ନେଇ ପ୍ରଚାର ଚାଲିଛି । ଯାହାଫଳରେ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଯାହା ସୂଚନା ମିଳିଛି, ଏହି ଶିବ ମନ୍ଦିରର ପୂଜକଙ୍କୁ କୌଣସି ଏକ ଜାଗାରୁ ଖବର ମିଳିଲା ଯେ ବୃଷଭ କ୍ଷୀର ପିଉଛନ୍ତି ବୋଲି । ତେଣୁ ସେ ମନ୍ଦିରରରେ ଥିବା ବୃଷଭଙ୍କୁ କ୍ଷୀର ପିଆଇଲେ । ତାଙ୍କର କହିବା କଥା ସତରେ ବୃଷଭ କ୍ଷୀର ପିଇଗଲେ । ଆଉ ତା ପରେ କଥା ନିଆଁ ଭଳି ଆଖପାଖ ଅଞ୍ଚଳକୁ ବ୍ୟାପିଗଲା । ବାସ୍‌ ତାପରେ ଆଉ ଲୋକଙ୍କୁ ରୋକିବ ବା କିଏ । ଚାଲିଲା ବୃଷଭଙ୍କୁ କ୍ଷୀର ପିଆଇବା ପ୍ରତିଯୋଗିତା । ରାତି ପ୍ରାୟ ୭ଟା ବେଳେ ଏହି ଘଟଣା ଘଟିବା ପରେ ଏବେ ମଧ୍ୟ କପିଳେଶ୍ୱର ବାବା ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି ।

Spread the love