ଧନତେରସରେ ରାଶି ଅନୁସାରେ କିଣନ୍ତୁ ଏହି ଜିନିଷ

ଧନତେରସର ପୂଜା ଅକ୍ଟୋବର ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଏହି ଦୁଇ ଦିନ କିଣାକିଣି ପାଇଁ ବହୁତ ଶୁଭ ହୋଇଥାଏ । ମାନ୍ୟତା ରହିଛି ଯେ ଏହି ପବିତ୍ର ସମୟରେ ଯଦି ରାଶି ଅନୁସାରେ କିଣାକିଣି କରନ୍ତି ତ ଆପଣଙ୍କ ଆୟରେ ୧୩ ଗୁଣ ବୃଦ୍ଧି ପାଇବ । ମା’ ଲକ୍ଷ୍ମୀଙ୍କ କୃପାରୁ ଘରେ ଉନ୍ନତି ଘଟିବ । ଆସନ୍ତୁ ଜାଣିବା ଧନତେରସରେ ଆପଣଙ୍କ ରାଶି ଅନୁଯାୟୀ କେଉଁ ଜିନିଷ କିଣିବା ଫଳଦାୟୀ ହୋଇଥାଏ ।

ଧନତେରସରେ ଆପଣଙ୍କ ରାଶି ଅନୁଯାୟୀ କ’ଣ କିଣିବା ଉଚିତ୍‌

୧. ମେଷ ରାଶି : ଧନତେରସରେ ମେଷ ରାଶି ଜାତକଙ୍କ ପାଇଁ ରୁପା ପାତ୍ର କିଣିବା ଉତ୍ତମ ଫଳଦାୟୀ ହୋଇଥାଏ । ଏହାଦ୍ୱାରା ମା’ ଲକ୍ଷ୍ମୀ ଓ କୁବେର ଦେବତାଙ୍କ କୃପା ମିଳିଥାଏ ।

୨. ବୃଷ ରାଶି : ଧନତେରସରେ ବୃଷ ରାଶି ଜାତକଙ୍କ ପାଇଁ ରୁପାର ଆଭୁଷଣ କିଣିବା ଉନ୍ନତିଦାୟକ ହୋଇଥାଏ ।

୩. ମିଥୁନ ରାଶି : ଧନତେରସରେ ମିଥୁନ ରାଶି ଜାତକଙ୍କ ପାଇଁ ସୁନା ଜିନିଷ କିଣିବା ଉତ୍ତମ ଫଳଦାୟୀ ହୋଇଥାଏ । ଘର ସଜେଇବା ପାଇଁ ବିଭିନ୍ନ ରଂଗର ଇଲେକ୍ଟିକ ବସ୍ତୁ କିଣିବା ଶୁଭ ହୋଇଥାଏ ।

୪. କର୍କଟ ରାଶି : ଧନତେରସରେ କର୍କଟ ରାଶି ଜାତକଙ୍କ ପାଇଁ ରୁପାର ଶ୍ରୀ ଯନ୍ତ୍ର କିଣି ପୂଜା କରିବା ଉତ୍ତମ ଫଳଦାୟୀ ହୋଇଥାଏ ।

୫. ସିଂହ ରାଶି : ଧନତେରସରେ ସିଂହ ରାଶି ଜାତକଙ୍କ ପାଇଁ ସୁନା ଗହଣା, ପାତ୍ର, ଟଙ୍କା କିଣିବା ଉତ୍ତମ ଫଳଦାୟୀ ହୋଇଥାଏ । ଧାର୍ମିକ ପୁସ୍ତକ ବି କିଣିବା ଶୁଭ ହୋଇଥାଏ ।

୬. କନ୍ୟା ରାଶି : ଧନତେରସରେ କନ୍ୟା ରାଶି ଜାତକଙ୍କ ପାଇଁ ପିତ୍ତଳ ବାସନ, ଶ୍ରୀଯନ୍ତ୍ର ଓ ହାତୀ ଦାନ୍ତ କିଣିବା ଉତ୍ତମ ଫଳଦାୟୀ ହୋଇଥାଏ ।

୭. ତୁଳା ରାଶି : ଧନତେରସରେ ତୁଳା ରାଶି ଜାତକଙ୍କ ପାଇଁ ରୁପା ଜିନିଷ,ଇଲୋକ୍ଟ୍ରୋନିକସ ଓ କିଚେନ ଜିନିଷ କିଣିବା ଉତ୍ତମ ଫଳଦାୟୀ ହୋଇଥାଏ ।

୮. ବିଚ୍ଛା ରାଶି : ଧନତେରସରେ ବିଚ୍ଛା ରାଶି ଜାତକଙ୍କ ପାଇଁ ଭୂମି, ଘର ଓ ସ୍ଥାବର ଅସ୍ଥାବର ସମ୍ପତିରେ ନିବଶେ କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ।

୯. ଧନୁ ରାଶି : ଧନତେରସରେ ଧନୁ ରାଶି ଜାତକଙ୍କ ପାଇଁ ଗାଡି ଓ ସୁନା ବା ପିତ୍ତଳର ଲକ୍ଷ୍ମୀ-ଗଣେଶ କିଣିବା ଉତ୍ତମ ଫଳଦାୟୀ ହୋଇଥାଏ ।

୧୦.ମକର ରାଶି : ଧନତେରସରେ ମକର ରାଶି ଜାତକଙ୍କ ପାଇଁ ଇଲୋକ୍ଟ୍ରୋନିକ୍ସ ଜିନିଷ, ନୀଳ ରଂଗର ବସ୍ତୁ ବା କପଡା କିଣିବା ଉତ୍ତମ ଫଳଦାୟୀ ହୋଇଥାଏ ।

୧୧. କୁମ୍ଭ ରାଶି : ଧନତେରସରେ କୁମ୍ଭ ରାଶି ଜାତକଙ୍କ ପାଇଁ ରୁପା ପାତ୍ର ବା ରୁପା ଟଙ୍କା ଉପରେ ଲକ୍ଷ୍ମୀ ଗଣେଶଙ୍କ ପ୍ରତିମା ଥିବା ମୂର୍ତ୍ତି କିଣିବା ଉତ୍ତମ ଫଳଦାୟୀ ହୋଇଥାଏ ।

୧୨. ମୀନ ରାଶି : ଧନତେରସରେ ମୀନ ରାଶି ଜାତକଙ୍କ ପାଇଁ ହୋମ ଆପଲାଏନ୍ସ, ଇଲୋକ୍ଟ୍ରୋନିକ ଜିନିଷ ଓ ପିତ୍ତଳ ବାସନ କିଣିବା ଉତ୍ତମ ଫଳଦାୟୀ ହୋଇଥାଏ ।

Spread the love