ଇଡି ଖୋଲିବ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର ପେଡ଼ି

ଇଡି ଖୋଲିବ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର ପେଡ଼ି । ଭୁବନେଶ୍ୱର ଡିସିପିଙ୍କୁ ଏତଲା କପି ମାଗିଲା ED । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂର ତଦନ୍ତ କରିବା ନେଇ ସୂଚନା ମିଳିଛି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କର ଆର୍ଥିକ କାରବାରର ତଦନ୍ତ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଇଡି ତଥ୍ୟ ମାଗିଛି । ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁ ଏବେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି ।

ଆଗକୁ ଇଡି ତଦନ୍ତ କଲେ ସେମାନଙ୍କର ଆର୍ଥିକ କାରବାରର ବହୁ ତଥ୍ୟ ସାମନାକୁ ଆସିବ । କେମିତି ଓ କେଉଁ ଉପାୟରେ କୋଟି କୋଟି ଟଙ୍କାର ସମ୍ପତ୍ତି ବଢ଼ାଇଲେ ? ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଡାଏରୀରୁ ଅନେକ ତଥ୍ୟ ପାଇଛି କମିଶନରେଟ ପୋଲିସ ।

ଅର୍ଚ୍ଚନା ନାଗ୍‌ ବ୍ଲାକ୍‌ମେଲିଂ ମାମଲାରେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରାଯାଇଛି। ଏନେଇ ଖଣ୍ଡଗିରି ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅପରାଧିକ ଷଡଯନ୍ତ୍ର କରିବା ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି। ଜଗବନ୍ଧୁ ଅର୍ଚ୍ଚନାଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର କରୁଥିଲେ।

Spread the love