ପବିତ୍ର କାଳୀପୂଜା ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା

ପବିତ୍ର କାଳୀପୂଜା ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା। ବାଲୁକଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ମାଆ କାଳୀଙ୍କ ଆରାଧନା କରିଛନ୍ତି। ଏହାକୁ ନିର୍ମାଣ କରିବା ପାଇଁ ପ୍ରାୟ ୪ହଜାର ୪୫ଟି ଦୀପ ବ୍ୟବହାର କରିଛନ୍ତି। ବାଲୁକାକଳା ମାଧ୍ୟମରେ ରାଜ୍ୟବାସୀଙ୍କୁ କଳୀପୂଜା ଓ ଦୀପାବଳିର ଶୁଭେଛା ଜଣାଇଛନ୍ତି।ଏପଟେ  ଦୀର୍ଘ ୨ବର୍ଷ ହେବ ଫିକା ପଡିଥିଲା କାଳିପୂଜା । ଚଳିତବର୍ଷ ମହା ଆଡମ୍ବରରେ ପାଳନ ହେଉଛି ମାଆ କାଳୀଙ୍କ ପୂଜା । ବିଭିନ୍ନ ମନ୍ଦିରରେ ଦେବୀ କାଳୀଙ୍କ ପୂଜା କରାଯାଉଛି । ସନ୍ଧ୍ୟାରେ ଲୋକ ପାଳିବେ ଦୀପାବଳି । ରଙ୍ଗୀନ୍‌ ଆଲୋକରେ ଝଲସିବ ପରିବେଶ । ଆନନ୍ଦର ସହ ଆଲୋକର ପର୍ବକୁ ପାଳନ କରିବା ପାଇଁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।

ଚଳିତବର୍ଷ କାଳୀପୂଜା ପାଇ ବେଶ ଚଳଚଞ୍ଚଳ କଟକ ସହର । କଟକରେ ୯୦ଟି ମାଆ କାଳୀଙ୍କ ମେଢ ହୋଇଛି । ସେଥିରୁ ୨୫ଟି ଚାନ୍ଦି ଓ ସୁନା ମେଢ । କଟକ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କଟକ ସହରରେ ମୁତୟନ ରହିବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ସୁରକ୍ଷା ଦାୟିତ୍ୱରେ ରହିବେ ୬ ଜଣ ଅତିରିକ୍ତ ଡିସିପି ୩ ଶହ ପୋଲିସ ଅଫିସର ।

Spread the love