ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ କୃଷି ଋଣ ଆବେଦନ ସହଜ ବାଟ, ଜାଣନ୍ତୁ କେମିତି

କୃଷି ଋଣ ଆବେଦନ ଆହୁରି ସହଜ ହେଲା। ଚାଷୀ, କୃଷି ଉଦ୍ୟୋଗୀଙ୍କୁ ଋଣ ପ୍ରଦାନରେ ଆସିଲା ବୈପ୍ଳବିକ ପରିବର୍ତ୍ତନ। କୃଷି ଅର୍ଥନୀତିକୁ ପ୍ରୋତ୍ସାହନ ବଢିବ। ଆରମ୍ଭ ହେଲା କମନ୍‌ କ୍ରେଡିଟ୍‌ ପୋର୍ଟାଲ ସଫଳ। ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଫଳ ପୋର୍ଟାଲରେ ୪୦ରୁ ଅଧିକ ବ୍ୟାଙ୍କରୁ ୩୦୦ରୁ ଅଧିକ ପ୍ରକାର କୃଷି ଋଣ ପାଇଁ ଆବେଦନର ସୁବିଧା ରହିଛି।ଲୋକସେବା ଭବନରେ ଆୟୋଜିତ ପୋର୍ଟଲ ଉନ୍ମୋଚନ କାର୍ଯ୍ୟକ୍ରମରେ ଭର୍ଚୁଆଲ ଜରିଆରେ ଯୋଗେ ଦେଇଥିଲେ ମୁଖ୍ୟମନ୍ତ୍ରୀ। କହିଥିଲେ ଏଣିକି ଗୋଟିଏ ସ୍ଥାନରୁ ଚାଷୀ ଓ କୃଷି ଉଦ୍ୟୋଗୀଙ୍କୁ ଘରୋଇ ଓ ସରକାରୀ ବ୍ୟାଙ୍କରୁ ଋଣ ମିଳି ପାରିବ। କେବଳ ଏକିକ ନୁହଁ, ସଫଳ ପୋର୍ଟଲରେ ରହିଛି “କୃଷକ ଓଡ଼ିଶା” ଡାଟାବେସ୍‌ ଏବଂ ୭୦ରୁ ଅଧିକ ମଡେଲ୍‌ ପ୍ରକଳ୍ପ ରିପୋର୍ଟ।

Spread the love