ସମୁଦ୍ର ମଝିରେ ବୁଡିଲା ମାଛଧରା ବୋଟ, ଡଙ୍ଗାରେ ଥିଲେ ୧୮ଜଣ ମତ୍ସ୍ୟଜୀବୀ

ପାରାଦୀପ ୨୮।୧୦: ଗଭୀର ସମୁଦ୍ରରେ ବୁଡିଲା ବାଂଲାଦେଶୀ ମାଛଧରା ବୋଟ। ଏହି ବୋଟରେ ୧୮ ଜଣ ମତ୍ସ୍ୟଜୀବି ଥିବା ବେଳେ ୧୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଧାମରା ପୋର୍ଟରେ ଛାଡିଛନ୍ତି ଭାରତୀୟ ତଟରକ୍ଷୀ ବାହିନୀ। ଅନ୍ୟ ତିନିଜଣ ଗୁରୁତର ଅବସ୍ଥାରେ ସମୁଦ୍ରରେ ଭାସୁଥିବା ବେଳେ ବାଲେଶ୍ଵର ମାଛ ଧରା ବୋଟ ଉଦ୍ଧାର କରି ପାରାଦୀପ ମାଛଧରା ବନ୍ଦରକୁ ଆଣିଛନ୍ତି ।

ଖବର ଅନୁଯାୟୀ, ସି-ତରଙ୍ଗ ବାତ୍ୟାର ପ୍ରଭାବରେ ବୁଡିଥିଲା ବାଂଲାଦେଶୀ ମାଛଧରା ବୋଟ। ଯାହାଫଳରେ ବୋଟରେ ଥିବା ୧୮ଜଣଙ୍କ ମଧ୍ୟରୁ ପ୍ରଥମେ ୧୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ । ବାକି ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର କରି ପାରାଦୀପରେ ଛାଡିଛନ୍ତି ବାଲେଶ୍ୱର ମାଛ ଧରା ବୋଟ ।

Spread the love