ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଦ୍ୱାରା ଗୁରୁ ଦେବପ୍ରସାଦଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଶୀ ନୃତ୍ୟର ପ୍ରଖ୍ୟାତ ଗୁରୁ ଦେବପ୍ରସାଦ ଦାସଙ୍କ ୯୦ତମ ଜୟନ୍ତୀ ଉତ୍ସବ ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ତରଫରୁ ପାଳନ କରାଯାଇଅଛି । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପ୍ରାଙ୍ଗଣରେ ଅବସ୍ଥିତ ଶ୍ରୀ ଦାସଙ୍କର ପ୍ରତିମୂର୍ତ୍ତିରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଗୁରୁ ଦେବପ୍ରସାଦ ଓଡ଼ିଶୀ ନୃତ୍ୟର ପାରମ୍ପରିକତାକୁ ରକ୍ଷା କରି କିଛି ନିଜସ୍ୱ ଶୈଳୀରେ ଉଚ୍ଚକୋଟୀର ଅଭିନୟ କେନ୍ଦ୍ରିକ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଖୁବ୍‍ ସୁନାମ ଅର୍ଜନ କରିଥିଲେ । ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସହିତ ଦେଶ ବିଦେଶରେ ଅନେକ ସ୍ଥାନରେ ସମ୍ମାନିତ ହୋଇ ସମ୍ବର୍ଦ୍ଧନା ମଧ୍ୟ ଲାଭ କରିଥିଲେ ବୋଲି ସଭାରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ଆବାହକ ରବିନାରାୟଣ ନନ୍ଦ, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳ ସିଂ, ଲକ୍ଷ୍ମୀଧର ବେହେରା, ସୁରେନ୍ଦ୍ର ନାଥ ଛୋଟରାୟ, ଗିରିଜା ଶଙ୍କର ମହାପାତ୍ର, ସତ୍ୟବ୍ରତ ଜେନା, ମନୋଜ ଦାସ, ଉମାନାଥ ମିଶ୍ର, ନରେନ୍‍ ସାହୁ, ସିତାନାଥ ସାମନ୍ତରାୟ, ରାଜକିଶୋର ସାହୁ, ଗୁରୁଚରଣ ସାହୁ, ମାନସ
ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ ।

Spread the love