ପୁରୀ ଗସ୍ତରେ 5T ସଚିବ, ମହାପ୍ରଭୁଙ୍କ ଦର୍ଶନ ସହ ମହାଲକ୍ଷ୍ମୀଙ୍କୁ ମାଗିଲେ ଆଶିଷ

ପୁରୀ ୨୯/୧୦: ଚାଲିଛି ମହାଧାର୍ମିକ ମାସ କାର୍ତ୍ତିକ । ଏହି ଅବସରରେ ଆଜି 5T ସଚିବ ଭି କେ ପାଣ୍ଡିଆନ୍ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଆଜି ସକାଳୁ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ସହ ବିମଳା ଓ ମା ମହାଲକ୍ଷ୍ମୀଙ୍କ ଦର୍ଶନ କରିଛନ୍ତି । ଏହାସହ ବେଢା ପରିକ୍ରମା, ପାର୍ଶ୍ୱ ଦେବାଦେବୀ ଦର୍ଶନ କରିବା ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି।

Spread the love