ଚଣ୍ଡିଖୋଲରେ ଧୁମ୍‌ଧାମ୍‌ରେ ଛଟ ପୂଜା ପାଳିତ

ଚଣ୍ଡିଖୋଲ ୩୧।୧୦: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳରେ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଛି ଛଟ୍‌ ପୂଜା । ଚଣ୍ଡିଖୋଲ ଅଞ୍ଚଳରେ ରହୁଥିବା ବିହାରୀ ସମ୍ପ୍ରଦାୟ ପକ୍ଷରୁ ଚଳିତ ଛଟ ପୂଜା ହୋଇଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାହାଶାଳା ଘାଟରେ ଏହି ଛଟ ପୂଜା ଅନୁଷ୍ଠିତ ହୋଇଥିଲା । ଖବର ଅନୁଯାୟୀ, ମାନସିକଧାରୀମାନେ ଘାଟରେ ପହଞ୍ଚି ସମୂହ ସ୍ନାନ କରିବା ସହ ବୁଡ ପକାଇଥିଲେ । ସୂର୍ଯ୍ୟ ଦେବତାଙ୍କ ପୂଜା ହେଉଛି ଏହି ଛଟ ପୂଜା । ଏଥିରେ ସୂର୍ଯ୍ୟ ଦେବତାଙ୍କୁ ଆରାଧନା ଓ ଉପାସନା କରାଯାଥାଏ । ମହିଳାମାନେ ନୂତନ ବସ୍ତ୍ର ପରିଧାନ କରି ପରିବାରର ମଙ୍ଗଳ କାମନା କରିଥାନ୍ତି । ଏହାସହିତ ସୂର୍ଯ୍ୟ ଦେବତାଙ୍କୁ ଆରାଧନା କରି ପାଣି ଓ କ୍ଷୀର ଅର୍ଘ୍ୟ ଅର୍ପଣ କରି ସମସ୍ତ ନୀତିକାନ୍ତିରେ ପୂଜାର୍ଚ୍ଚନା କରିଥିଲେ । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଛଟ ପୂଜା ଅନୁଷ୍ଠିତ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

Spread the love