ଇରାନର ଯୁଦ୍ଧ ଘୋଷଣା! ଜାମକରନ ମସଜିଦ୍‌ରେ ଉଡାଇଲା ଲାଲ ପତାକା

ତେହେରାନ ୨।୧୧: ସାଉଦୀ ଆରବ ଉପରେ ଆକ୍ରମଣ ଆଶଙ୍କା ମଧ୍ୟରେ ଇରାନ ଐତିହାସିକ ଜାମକରନ ମସଜିଦରେ ପୁଣି ଥରେ ଲାଲ ପତାକା ଉଡ଼ାଇଛି। କୁହାଯାଏ ଇରାନର ଏହି ମସଜିଦ ଚୂଡ଼ାରେ ଲାଲ ପତାକା ଉଡାଯିବାର ଅର୍ଥ ସିଧା ଯୁଦ୍ଧ ଘୋଷଣା। ଏହା ପୂର୍ବରୁ ୨୦୨୦ ମସିହାରେ ଜେନେରାଲ କାସୀମ ସୁଲେମାନୀଙ୍କ ହତ୍ୟା ପରେ ଇରାନ ଜାମକରନ ମସଜିଦ ଉପରେ ଲାଲ ପତାକା ଉଡାଇଥିଲା।

ସୁଲେମାନୀଙ୍କ ହତ୍ୟା ପରେ ଆମେରିକା ବିରୋଧରେ ଇରାନ ଯୁଦ୍ଧ ଘୋଷଣା କରିଥିଲା। ୩ ବର୍ଷ ପରେ ପୁଣି ଥରେ ଇରାନ ଖୋଲାଖୋଲି ଯୁଦ୍ଧ ଘୋଷଣା  କରିଛି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ସାଉଦୀ ଆରବ ଗୁଇନ୍ଦା ରିପୋର୍ଟରେ ଇରାନ ପଟୁ ଆକ୍ରମଣର ଆଶଙ୍କା କରିଥିଲା। ଏ ନେଇ ଅମେରିକାକୁ ରିପୋର୍ଟ ଦେଇଥିବା ବେଳେ ଏଥିରେ ଆମେରିକା ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ଏକ ବୟାନରେ ଆମେ ଆସନ୍ନ ଆକ୍ରମଣକୁ ନେଇ ଚିନ୍ତିତ ଥିବା ଓ ସାଉଦୀ ଆରବ ସହିତ ଗୁଇନ୍ଦା ଓ ସୈନ୍ୟ ମାଧ୍ୟମରେ ଲଗାତର ସମ୍ପର୍କରେ ଥିବା କହିଥିଲେ।

ସମ୍ପର୍କିତ କ୍ଷେତ୍ରରେ ଆମ ହୀତର ଭାଗିଦାରୀ ରକ୍ଷା କରିବାରେ ଆମେ ସାମାନ୍ୟତମ ଅବହେଳା କରିବୁନି ବୋଲି ଆମେରିକା କହିଛି । ତେବେ ପ୍ରସଙ୍ଗରେ ସାଉଦୀଆରବ ଅଥବା ଇରାନ ମିଶନ ଏପର୍ଯ୍ୟନ୍ତ କୌଣସି ମତ ମନ୍ତବ୍ୟ ଦେଇ ନାହାନ୍ତି। ସେହିପରି ଆମେରିକା ବିଦେଶ ମନ୍ତ୍ରାଳୟ ମୁଖପାତ୍ର ନେଡ ପ୍ରାଇସ୍ ମାମଲାରେ ବିସ୍ତୃତ ସୂଚନା ନ ଦେଇ କେବଳ ଆମେରିକା ବିପଦର ଆଶଙ୍କାକୁ ନେଇ ଚିନ୍ତିତ ଥିବା କହିଛନ୍ତି।

Spread the love