ଆମେରିକାକୁ ସାଉଦୀ ଆରବର ଗୁଇନ୍ଦା ରିପୋର୍ଟ, କିଙ୍ଗଡମ ଉପରେ ହୋଇପାରେ ଇରାନ ଆକ୍ରମଣ

ୱାସିଂଟନ ୨।୧୧: ଆମେରିକାକୁ ସାଉଦୀ ଆରବ ଦେଇଥିବା ଗୁଇନ୍ଦା ରିପୋର୍ଟରେ ଇରାନର ଆକ୍ରମଣ ନେଇ ଆଶଙ୍କା କରିଛି। ହୁଏତ ଏହି ଆକ୍ରମଣ ଖୁବ୍ ଶୀଘ୍ର ଅଥବା ୪୮ ଘଣ୍ଟାରେ ବି ହୋଇପାରେ ବୋଲି ଆକଳନ କରାଯାଇଛି। ସାଉଦୀ ଆରବ ଉପରେ ସମ୍ଭାବିତ ଆକ୍ରମଣ ଆଶଙ୍କାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ଇରାନରେ ବ୍ୟାପକ ପ୍ରଦର୍ଶନକୁ ଦବାଇବାକୁ ଇରାନ ଫୋର୍ସର କାର୍ଯ୍ୟାନୁଷ୍ଠାନକୁ ତୀବ୍ର ସମାଲୋଚନା କରିଛି। ସେହିପରି ୟୁକ୍ରେନ ଉପରେ ଆକ୍ରମଣ ଲାଗି ଋଷିଆକୁ ଶତାଧିକ ଡ୍ରୋନ ଦେବା ଘଟଣାର ମଧ୍ୟ ନିନ୍ଦା କରିଛି।

ଏଥିରେ ଆମେରିକା ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ଏକ ବୟାନରେ ଆମେ ଆସନ୍ନ ଆକ୍ରମଣକୁ ନେଇ ଚିନ୍ତିତ ଥିବା ଓ ସାଉଦୀ ଆରବ ସହିତ ଗୁଇନ୍ଦା ଓ ସୈନ୍ୟ ମାଧ୍ୟମରେ ଲଗାତର ସମ୍ପର୍କରେ ଥିବା କହିଛି। ସମ୍ପର୍କିତ କ୍ଷେତ୍ରରେ ଆମ ହୀତର ଭାଗିଦାରୀ ରକ୍ଷା କରିବାରେ ଆମେ ସାମାନ୍ୟତମ ଅବହେଳା କରିବୁନି ବୋଲି ମଧ୍ୟ କହିଛି । ତେବେ ପ୍ରସଙ୍ଗରେ ସାଉଦୀଆରବ ଅଥବା ଇରାନ ମିଶନ ଏପର୍ଯ୍ୟନ୍ତ କୌଣସି ମତ ମନ୍ତବ୍ୟ ଦେଇ ନାହାନ୍ତି।

ତେବେ ଗୁଇନ୍ଦା ରିପୋର୍ଟର ଖୁଲାସା କରିଥିବା ଅଧିକାରୀଙ୍କ ମଧ୍ୟରୁ ଜଣେ ହୁଏତ ଏହି ଆକ୍ରମଣ ତୁରନ୍ତ ହୋଇପାରେ ଅଥବା ୪୮ ଘଣ୍ଟା ମଧ୍ୟରେ ହୋଇପାରେ ବୋଲି ଆଶଙ୍କା କରିଛନ୍ତି। ତେବେ ଗୁଇନ୍ଦା ରିପୋର୍ଟ ସମ୍ପର୍କରେ ପଚରା ଯିବାରେ ପଣ୍ଟାଗନ ପ୍ରେସ ସଚିବ ବ୍ରିଗେଡିୟର ଜେନେରାଲ ପେଟ ରାଇଡର ଆମେରିକୀୟ ସୈନ୍ୟ ଅଧିକାରୀ କ୍ଷେତ୍ରରେ ବିପଦର ଆଶଙ୍କାକୁ ନେଇ ଚିନ୍ତିତ ଥିବା କହିଛନ୍ତି। ତେବେ ଆମେ ଆମର ସାଉଦୀ ଅଂଶୀଦାରଙ୍କ ସହ ନିୟମିତ ସମ୍ପର୍କରେ ଥିବା ପେଟ ରାଇଡର କହିଛନ୍ତି। ସେହିପରି ଆମେରିକା ବିଦେଶ ମନ୍ତ୍ରାଳୟ ମୁଖପାତ୍ର ନେଡ ପ୍ରାଇସ୍ ମାମଲାରେ ବିସ୍ତୃତ ସୂଚନା ନ ଦେଇ କେବଳ ଆମେରିକା ବିପଦର ଆଶଙ୍କାକୁ ନେଇ ଚିନ୍ତିତ ଥିବା କହିଛନ୍ତି।

Spread the love