ଢ଼େଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ରୋଜଗାର ମେଳାରେ ପ୍ରଦାନ କରିବେ ନିଯୁକ୍ତି ଓ ତାଲିମ ସ୍ୱୀକୃତି ପତ୍ର

ଢେଙ୍କାନାଳ, ୦୬/୧୧: ରବିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଗ୍ରସ୍ତରେ ଢେଙ୍କାନାଳ ଯାଇଛନ୍ତି । ହିନ୍ଦୋଳ ବ୍ଲକ ଅନ୍ତର୍ଗତ କାରନ୍ଦା ଗ୍ରାମର ମା ମହାଶିମୁଳା ମନ୍ଦିରର ରତ୍ନମୁଦ ଉତ୍ସବରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ପରେ କାରନ୍ଦା ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଏକ ବିଶାଳ ପଟୁଆରରେ ଅଞ୍ଚଳବାସୀ ସ୍ୱାଗତ କରି ମନ୍ଦିର ନିକଟକୁ ପାଛୋଟି ନେଇଥିଲେ । ଆଜି ପବିତ୍ର ବଡ଼ଓଷା  ଓଡ଼ିଆ ପରମ୍ପରାରେ ଆଜି ହେଉଛି ପବିତ୍ରଦିନ ଓ ଶୁଭଦିନ । ଏହି ଅବସରରେ ମନ୍ତ୍ରୀ ଓଡ଼ିଶାବାସୀଙ୍କ ଶୁଭକାମନା ଜଣାଇଥିଲେ । ପରେ କେନ୍ଦ୍ର ମନ୍ତ୍ରୀ ଅପରାହ୍ନ ୧ ଟା ୪୫ମିନିଟରେ କାମାକ୍ଷାନଗର ସ୍ଥିତ ସରଙ୍ଗାଧର ଷ୍ଟାଡିୟମ ଥରେ କୌଶଳ ମହୋତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ର ଦକ୍ଷତା ବିକାଶ ନିଗମପକ୍ଷରୁ ଆୟୋଜିତ ଏହି କୌଶଳ ମହୋତ୍ସବର ରୋଜଗାର ମେଳାରେ ଯୁବ ଦକ୍ଷ ଗୋଷ୍ଠିଙ୍କୁ ନିଯୁକ୍ତି ଓ ତାଲିମ ସ୍ୱୀକୃତି ପତ୍ର ପ୍ରଦାନ କରିବେ କେନ୍ଦ୍ରମନ୍ତ୍ରୀ ।

Spread the love