୧୩ ରାଉଣ୍ଡ ଶେଷ ସୁଦ୍ଧା ୬୭୫୫ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଆଗୁଆ

ଭଦ୍ରକ ୦୬।୧୧ : ଧାମନଗର ଉପନିର୍ବାଚନ ଫୈସଲା । ଚାଲିଛି ଭୋଟଗଣତି । ଲଗାତର ଭାବେ ପ୍ରତି ରାଉଣ୍ଡରେ ବିଜେପି ପ୍ରାର୍ଥୀଙ୍କ ଭୋଟ୍‌ ବ୍ୟବଧାନ ବଢିଚାଲିଛି । ୧ମ , ୨ୟ, ୩ୟ, ୪ର୍ଥ, ୫ମ, ୬ ଷଷ୍ଠ, ୭ମ, ୮ମ, ୯ମ, ୧୦ମ, ୧୧, ୧୨ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଥିବା ବେଳେ ୧୩ ରାଉଣ୍ଡରେ ବି ଆଗରେ ରହିଛନ୍ତି । ପ୍ରଥମ ରାଉଣ୍ଡରୁ ହିଁ ନିଜର ଦବ୍‌ଦବା ଜାରି ରଖିଛନ୍ତି ବିଜେପି ପ୍ରାର୍ଥୀ । ୧୩ଟି ରାଉଣ୍ଡର ଭୋଟ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୬୭୫୫ ଖଣ୍ଡ ଭୋଟରେ ଆଗୁଆ ରହିଛି । କଡ଼ା ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥୀ । ଅତି ଶୋଚନୀୟ ସ୍ଥିତିରେ କଂଗ୍ରେସ ।

୧୨ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ୫୮,୩୩୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୫୧,୫୭୭ ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ୨୨୦୦ ଏବଂ ଅନ୍ୟାନ୍ୟ ୬୯୦୩ ଭୋଟ ପାଇଛନ୍ତି । ଭୋଟ ୧୪ଟି ଟେବୁଲରେ ଚାଲିଛି ଭୋଟ ଗଣତି । ଏବେ ସୁଦ୍ଧା ନୋଟରେ ୪୭୯ ଖଣ୍ଡ ଭୋଟ ପଡିଛି ।

Spread the love