ଶ୍ରୀମନ୍ଦିରରେ ହବିଷାନ୍ନ ଖାଇବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଆସନ୍ତା ୧୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ଏହି ସମୟରେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତର କାର୍ଯ୍ୟକ୍ରମ ରହିଛି।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତ କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପୌର ସଂସ୍ଥା , ସ୍ବାସ୍ଥ୍ୟ, ସୁରକ୍ଷା, ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ। ପୁରୀ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କ ସହ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ହେଲିପ୍ଯାଡ଼, ରାଜଭବନ ଏବଂ ଶ୍ରୀ ମନ୍ଦିର ରାସ୍ତା ରେ ଟ୍ରାଫିକ ବ୍ଯବସ୍ଥା ପ୍ରୋଟୋକଲ ଅନୁଯାଇ କରାଯିବ।  ପୋଲିସ ପ୍ରଶାସନ ପକ୍ଷରୁ ୩୦ ପ୍ଲାଟୁନ ପୋଲିସ ଫୋର୍ସ,୧୦୦ଜଣ ବରିଷ୍ଠ ଅଧିକାରୀ ଏବଂ ୧୦ ଜଣ ଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ୱରେ ରହିବେ। ଏଥିସହ ସେବାୟତ ଏବଂ ବିଭିନ୍ନ ବିଭାଗ ସହ ସମସ୍ତ ଆଲୋଚନା କରାଯାଇଥିବା କହିଛନ୍ତି ପୁରୀ ଏସପି।

ସେହିପରି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆନନ୍ଦବଜାରରେ ବସି ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ପାଇଁ ମହାପ୍ରଭୁଙ୍କ କାନିକା, ଖେଚୁଡ଼ି ସହ ବିରିପିଠା, ମଞ୍ଜା-କଖାରୁ ରାଇ, ସନ୍ତୁଳା, ହବିଷ ଖଟା ବା ଓଉ ଖଟା  ପରସା  ଯିବାକୁ ଯୋଜନା କରିଛି ସୁଆର ମହାସୁଆର ନିଯୋଗ । ଏ ସମ୍ପର୍କରେ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ରାଷ୍ଟ୍ରପତି ମଧ୍ୟାହ୍ନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବା କାର୍ଯ୍ୟକ୍ରମ ରହିଛି। ସେହି ଅନୁଯାୟୀ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ଓ ସୁଆର ମହାସୁ‌ଆର ନିଯୋଗ ମିଳିତ ଭାବେ ଅବଢ଼ା ପ୍ରସ୍ତୁତ କରିବେ।ରାଷ୍ଟ୍ରପତି ସିଂହଦ୍ବାର ଦେଇ ପ୍ରବେଶ ପରେ ମହାପ୍ରଭୁଙ୍କୁ ଗର୍ଭଗୃହରୁ ଦର୍ଶନ କରିବେ। ପରେ ମା’ ବିମଳା ଓ ମହାଲକ୍ଷ୍ମୀ ମନ୍ଦିରକୁ ଯାଇ ଦର୍ଶନ କରିବେ। ପରେ ଆନନ୍ଦବଜାରରେ ବସି ମହାପ୍ରସାଦ ଖାଇବାର କାର୍ଯ୍ୟକ୍ରମ ରହିଛି।

 

Spread the love