ଖୁବ୍ ଶୀଘ୍ର ଆରମ୍ଭ ହେବ ଖାଦ୍ୟ ଓ କୃଷି ସଂଗଠନର ଗ୍ରୀନ୍‌ ଏଗ୍ରିକଲଚର ପ୍ରକଳ୍ପ

ଖୁବ୍‌ ଶୀଘ୍ର ଆରମ୍ଭ ହେବ ମିଳିତ ଜାତିସଂଘ ଅଧିନ ଖାଦ୍ୟ ଓ କୃଷି ସଂଗଠନର ଗ୍ରୀନ୍‌ ଏଗ୍ରିକଲଚର ପ୍ରକଳ୍ପ । ୩ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ପ୍ରକଳ୍ପର ସମୀକ୍ଷା କରିଛନ୍ତି ମିଳିତ ଜାତିସଂଘ ଅଧିନ ଖାଦ୍ୟ ଓ କୃଷି ସଂଗଠନର ଭାରତ ମୁଖ୍ୟ ଡ. କଣ୍ଡା ରେଡ୍ଡୀ, ଗ୍ରୀନ ଏଗ୍ରିଲଚରର ପ୍ରକଳ୍ପ ନିର୍ଦ୍ଦେଶକ ଆର୍‌ ବି. ଓିଂ ଏବଂ ଷ୍ଟେଟ୍‌ ଟେକ୍‌ନିକାଲ କୋର୍ଡିନେଟର ସୁକାନ୍ତ କୁମାର ସାମଲ ।ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଗ୍ରୀନ୍‌ ଏଗ୍ରିକଲଚର ପ୍ରକଳ୍ପ ଅନ୍ତର୍ଗତ ଯଶିପୁର, ରରୁଆଁ, ବାଙ୍ଗିପୋଷି ଆଦି ବିଭିନ୍ନ ବ୍ଲକ ଗସ୍ତ କରି ବ୍ଲକର ବିଭିନ୍ନ ଗାଁ ବୁଲି ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ଲୋକ, ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଜନ ପ୍ରତିନିଧିଙ୍କୁ ଭେଟିବା ସହ ସେମାନଙ୍କ ଜୀବିକା, ଶିମିଳିପାଳ ଅଭୟାରଣ୍ୟର ମହତ୍ୱ ଏବଂ ଗ୍ରୀନ୍‌ ଏଜି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି ।

ପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପ୍ରକଳ୍ପ କାର୍ଯ୍ୟକୁ ଯଥା ଶୀଘ୍ର ତ୍ୱରାନ୍ଵିତ କରାଯିବ ବୋଲି କହିଛନ୍ତି ପ୍ରତିନିଧି ଦଳ । ମୟୂରଭଞ୍ଜ ଜିଲ୍ଲାର ୧୭ଟି ବ୍ଲକରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ମୟୂରଭଞ୍ଜ ଜିଲ୍ଲା ପ୍ରକଳ୍ପ ନୋଡାଲ ଅଧିକାରୀ ଭବାନୀଶଙ୍କର କାଲୋ କହିଛନ୍ତି।

Spread the love