ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ୧୭ ତାରିଖ ସୁଦ୍ଧା ନାମାଙ୍କନ ଦାଖଲ

ଭୁବନେଶ୍ୱର ୧୦/୧୧: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଆରମ୍ଭ ହେବ ନାମାଙ୍କନ ଦାଖଲ। ଆସନ୍ତା ୧୭ ତାରିଖ ନାମାଙ୍କନ ପତ୍ର ଦାଖଲ ଶେଷ ଦିନ । ୧୮ରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ୨୧ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ଡିସେମ୍ବର ୫ରେ ପଦ୍ମପୁରରେ ଭୋଟଗ୍ରହଣ ହେବ।

ଡିସେମ୍ବର ୮ରେ ଭୋଟ ଗଣତି ସହ ପ୍ରକାଶ ପାଇବ ଫଳାଫଳ। ବିଧିବଦ୍ଧ ଭାବେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସବୁ ରାଜନୈତିକ ଦଳର ସହଯୋଗ ଲୋଡିଛନ୍ତି ।

ପଦ୍ମପୁରରେ ନିରପେକ୍ଷ, ଅବାଧ ଏବଂ ମୁକ୍ତ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି। ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ କିଏ ହେବ ତିନି ଦଳ ଏ ପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି। କିନ୍ତୁ ଉପର୍ନବାଚନ ଲଢ଼େଇ ପାଇଁ ରଣନୀତି ପ୍ରସ୍ତୁତ କରିବା ସହିତ ନେତାଙ୍କୁ ଦାୟିତ୍ବ ବାଣ୍ଟିସାରିଛନ୍ତି।

Spread the love