ଦୁଇ ବସ୍‌ ମୁହାଁମୁହିଁ ଧକ୍କା: ୩ ମୃତ, ୧୭ ଆହତ

ଶ୍ରୀନଗର, ୧୦/୧୧: ଜମ୍ମୁ-କଶ୍ମୀରରେ ବଡ଼ ଧରଣର ସଡ଼କ ଦୁର୍ଘଟଣା। ସାମ୍ବା ଜିଲ୍ଲାରେ ଜମ୍ମୁ-ପଠାନକୋଟ୍ ନାସନାଲ ହାଇଓ୍ବେରେ ବସ୍‌ ଧକ୍କାରେ ତିନି ଜଣକ ଦୁଃଖଦ ମୃତ୍ୟୁ ହୋଇଛି। ଏହି ଘଟଣାରେ ଏକ ୧୩ ବର୍ଷୀୟ ଶିଶୁର ଜୀବନ ମଧ୍ୟ ଯାଇଛି ଏବଂ ୧୭ ଜଣ ଗୁରୁତର ଭାବରେ ଆହତ ହୋଇଛି। ତେବେ ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ବସ୍‌ରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଛି।

ରିପୋର୍ଟ ଅନୁଯାୟୀ, ଆହତଙ୍କୁ ସାମ୍ବା ଜିଲ୍ଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଭାରତ ଭୂଷଣଙ୍କ ସୂଚନା ଅନୁଯାୟୀ ଘଟଣାରେ୩ ମୃତକଙ୍କ ମଧ୍ୟରେ ଜଣେ ୧୩ ବର୍ଷୀୟ ଶିଶୁ ରହିଛନ୍ତି। ୧୭ ଆହତ ହୋଇଛନ୍ତି ଏବଂ ଅନ୍ୟ ୭ ଜଣକ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅନ୍ୟ ହସ୍ପିଟାଲକୁ ପଠାଯାଇଛି । କୁହାଯାଉଛି ମୃତକଙ୍କ ସଂଖ୍ୟା ବଢ଼ିପାରେ। ତେବେ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ।

କୁହାଯାଉଛି ଘଟଣା ବୁଧବାର ସନ୍ଧ୍ୟାରେ ଘଟିଛି। ଯେତେବେଳେ ଦୁଇଟି ବସ୍ ମୁହାଁମୁହିଁ ହୋଇଥିଲେ। ଦୁର୍ଘଟଣାରେ ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ ପୋଲିସ୍ ଡ୍ରାଇଭରଙ୍କୁ ସନ୍ଧାନ ଜାରି ରଖିବା ସହ ମୃତାହତଙ୍କ ପରିଜନଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରୁଛି।

Spread the love