କାହିଁକି ତଲାକ ଘୋଷଣା କରୁ ନାହାନ୍ତି ସୋଏବ ଓ ସାନିଆ ମିର୍ଜା ?

ଇସ୍ଲାମାବାଦ ୧୨।୧୧: ପାକ୍ କ୍ରିକେଟର ସୋଏବ ମଲ୍ଲିକ ଓ ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କ ସମ୍ପର୍କ ଆଜିକାଲି ଖୁବ୍ ଚର୍ଚ୍ଚାରେ। ଦୁଇଜଣଙ୍କ ବିବାହ ବିଚ୍ଛେଦ ଖବର ମଧ୍ୟ ଆସୁଛି। କେବଳ ଏତିକି ନୁହେଁ ମିଡିଆ ରିପୋର୍ଟ ଅନୁସାରେ ଦୁହେଁ ଏବେ ପୃଥକ ରହୁଛନ୍ତି। ଏଣୁ ଭାରତ ଓ ପାକିସ୍ତାନ ଉଭୟ ଦେଶରେ ଏବେ ସାନିଆ ଓ ସୋଏବକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ତେବେ ଏତେ କଥା ପରେ ବି ଦମ୍ପତ୍ତି ସାମ୍ନାକୁ ଆସି କୌଣସି ସ୍ପଷ୍ଟିକରଣ ଦେଉ ନାହାନ୍ତି। ତେବେ ପାକିସ୍ତାନୀ ନ୍ୟୁଜ ଚାନେଲଙ୍କ ଦାବି ସେମାନଙ୍କ ଏପରି ନିରବତା ପଛରେ ରହିଛି କୋଟି କୋଟି ଟଙ୍କାର ଡିଲ।

ଜିଓ ନ୍ୟୁଜ୍ ଅନୁସାରେ ତଲାକ ଗୁଜବ ଉପରେ ଦୁଇଜଣ କଣ୍ଟ୍ରାକ୍ଟ ଓ ଆଇନଗତ ପେଞ୍ଚ ଥିବା ଯୋଗୁ ମୁହାଁ ଖୋଲି ପାରୁନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ଉଭୟ ଅନେକ ସୋ ପାଇଁ କଣ୍ଟ୍ରାକ୍ଟ କରିଥିଲେ। ଏଥିରେ ଉଭୟଙ୍କୁ ଏବେବି ଅନେକ କଣ୍ଟ୍ରାକ୍ଟ ପୁରା କରିବାର ଅଛି। ଏହି ସବୁ କଣ୍ଟ୍ରାକ୍ଟ କୋଟି କୋଟି ଟଙ୍କାର ଡିଲ। ଏଣୁ ଥିବା ଆଇନଗତ ସମସ୍ୟାର ସମାଧାନ ପରେ ସେମାନେ ସେମାନଙ୍କ ବିବାହ ବିଚ୍ଛେଦ ଘୋଷଣା କରିପାରନ୍ତି।

ଏହି ଦମ୍ପତ୍ତିଙ୍କ ପୃଥକ ହେବାର ଖବର ପ୍ରଥମେ ସାନିଆ ମିର୍ଜା ତାଙ୍କ ଇଂଷ୍ଟା ପୋଷ୍ଟରେ କରିଥିଲେ। ସପ୍ତାହ ପ୍ରାରମ୍ଭରେ ସାନିଆ ଇଂଷ୍ଟା ପୋଷ୍ଟ ସେୟାର କରିବା ପରେ ସେମାନଙ୍କ ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଜିଓ ନ୍ୟୁଜ୍ ଅନୁସାରେ ସୋଏବ ଓ ସାନିଆ ସେମାନଙ୍କ ପୁଅ ଇଜହାନର ଲାଳନପାଳନ ଉଭୟ ମିଶିକରି କରିବେ ବୋଲି ବୁଝାମଣା କରିଛନ୍ତି। ୨୦୧୦ ମସିହାରେ ସାନିଆଙ୍କୁ ବିବାହ କରିଥିଲେ ସୋଏବ। ୨୦୧୮ରେ ସେମାନଙ୍କ ପୁଅ ଇଜହାନର ଜନ୍ମ ହୋଇଥିଲା।

ନିକଟରେ ସୋଏବ ଓ ସାନିଆ ମିଳିତ ପୁଅର ଜନ୍ମଦିନ ପାଳନ କରିଥିଲେ।  ତେବେ ସୋଏବ ଓ ସାନିଆଙ୍କ ବିବାହ ବିଚ୍ଛେଦର ଯାହା କାରଣ କୁହାଯାଉଛି ତାହା ହେଉଛି ପାକିସ୍ତାନୀ ଅଭିନେତ୍ରୀ ଆୟେଶା ଓମାର। କୁହାଯାଉଛି ସୋଏବ ଓ ଆୟେଶାଙ୍କ ଅନ୍ତରଙ୍ଗତା ବଢୁଛି। ଗତବର୍ଷ ଉଭୟ ଏକ ହଟ ଫଟୋସୁଟ୍ ମଧ୍ୟ କରାଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ସାନିଆ ଏବେ ସୋୟେବଙ୍କ ଜୀବନରୁ ପୃଥକ ହେବାକୁ ଯାଉଛନ୍ତି।

Spread the love