ଭଦ୍ରକରେ ଜମୁଛି ବାଲିଯାତ୍ରା

ଭଦ୍ରକ ୧୩।୧୧: ଏତେ ଦିନ ପରେ ଭକ୍ରକରେ ଜମୁଛି ବାଲିଯାତ୍ରା । କାରଣ ଗତ କେଇ ବର୍ଷ ହେଲା ବାଲିଯାତ୍ରା ପାଳନ ହେଉନଥିଲା । କରୋନା କଟକଣା ନଥିବାରୁ ପୁଣି ପୁରୁଣା ଦିନ ଭଳି ବାଲିଯାତ୍ରା ଦେଖିବାକୁ ମିଳିଛି ଭିଡ ।  ଭଦ୍ରକର ବାଉଦପୁର ଠାରେ ହରିହର ପୂଜା କମିଟି ଏହି ବାଲିଯାତ୍ରା ଆୟୋଜନ କରିଛି । ହରିହରଙ୍କ ମନ୍ଦିର ଠାରେ ଏହା ୭ ଦିନ ଧରି ଚାଲିବ । ସନ୍ଧ୍ୟା ହେବା କ୍ଷଣି ମେଳା ପଡିଆ ଫୁଲ୍‌। ବାଲିଯାତ୍ରାରେ ମିନା ବଜାର ସହ ଅନେକ ଦୋକାନ ମଧ୍ୟର ଖୋଲିଛି ପସରା । ପୂର୍ବ ଦୁଇ ବର୍ଷ କରୋନା କଟକଣା ପାଇଁ ବାଲିଯାତ୍ରା ଆୟୋଜିତ ହୋଇପାରୁ ନଥିଲା । ଏଥର ୬୭ବର୍ଷ ରେ ପଦାର୍ପଣ କରୁଥିବାରୁ ପୂଜା କମିଟି ଏହାକୁ ସ୍ୱତନ୍ତ୍ର ଭାବେ ଆୟୋଜନ କରିଛନ୍ତି ।

Spread the love