ପବିତ୍ର ଶିଶୁ ଦିବସ ପାଳିତ

ସୋର, ୧୪/୧୧: ସୋର ବ୍ଲକ ଗୋପୀନାଥପୁର ପଂଚାୟତ ର ଭାଗବତ ମାନସିକ ଅନଗ୍ରସର ବାକଶକ୍ତି ଶ୍ରବଣ ବାଧିତ ସ୍ୱତନ୍ତ୍ର ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ବଳ ଭବିଷ୍ୟତ ସହ ଆଜି ଏହି ପବିତ୍ର ଶିଶୁ ଦିବସ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ। ପରେ ବିଧାୟକ ପିଲାମାନଙ୍କୁ ମିଠା ଖୁଆଇ ସେମାନଙ୍କ ପାଖରେ ବସି ଖାଇବା ଦେଖି ଛାତ୍ର ଛାତ୍ରୀ , ଅଭିବାକ ଓ ଅଞ୍ଚଳବାସି ଖୁସି ହେବା ସହ ବିଧାୟକ ଙ୍କୁ ପ୍ରଶଂସା କରିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ଅନୁସୟା ମଲିକ, ଗୋପୀନାଥପୁର ପଂଚାୟତ ସରପଞ୍ଚ ଶ୍ରୀମତୀ ବନିତା ପଣ୍ଡା, ସମିତିସଭ୍ୟା ସସ୍ମିତା ବେହେରା, ଗୋପୀନାଥପୁର ସେବାସମବାୟ ସଭାପତି ଅରୁଣ କୁମାର ନାୟକ, ସମ୍ପାଦକ ଘନଶ୍ୟାମ ନାୟକ, ପ୍ରଧାନଶିକ୍ଷକ ପ୍ରଦୀପରଞ୍ଜନ ନାୟକ ସଭାପତି ଭ୍ରମରବର ମଲିକ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସ୍ଥାନୀୟ ସମାଜସେବୀ, ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ବିଧାୟକ ଏହି ବିଦ୍ୟାଳୟର ଉନ୍ନତି କରିବା ପାଇଁ ସମସ୍ତ ସରକାରୀ ସାହାଯ୍ୟ କରିବା ପାଇଁ  ପ୍ରତିଶୃତି ଦେଲେ।

Spread the love