ବାଲେଶ୍ୱରରେ ହେବ ଐତିହ୍ୟ ସମ୍ପନ୍ନ ଷ୍ଟେସନ: ପ୍ରସ୍ତାବିତ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କଲେ ଦକ୍ଷିଣପୂର୍ବ ରେଳବାଇର ଡିଆର୍‌ଏମ

ବାଲେଶ୍ୱର ଗସ୍ତରେ ଦକ୍ଷିଣପୂର୍ବ ରେଳବାଇର ଡିଆର୍‌ଏମ । ବାଲେଶ୍ୱରରେ ନିର୍ମାଣ ହେବାକୁ ଥିବା ଐତିହ୍ୟ ସମ୍ପନ୍ନ ଷ୍ଟେସନର ସ୍ଥିତି ଅନୁଧ୍ୟାନ କରିଛନ୍ତି । ମଡେଲ ଷ୍ଟେସନ ନିର୍ମାଣ ପାଇଁ ପୂର୍ବରୁ ଶିଳାନ୍ୟାସ ଶେଷ ହୋଇଥିବା ବେଳେ ପ୍ରସ୍ତାବିତ ଷ୍ଟେସନର ରୂପରେଖ ପୁନଃ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି ।

ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଧ୍ୟ ଡିଆର୍‌ଏମଙ୍କ ସହ ଉପସ୍ଥିତ ରହି ପ୍ରସ୍ତାବିତ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଥଲେ । ଷ୍ଟେସନର ଆଗ ପାର୍ଶ୍ୱ ଓ ମାଲ ଗୋଦାମ ଅଞ୍ଚଳ ଗସ୍ତ କରି ପ୍ରକଳ୍ପ ପାଇଁ ତିଆରି ହୋଇଥିବା ବିଭିନ୍ନ ନକ୍ସାକୁ ଅନୁଧ୍ୟାନ କରିଥିଲେ । ଡିଆର୍‌ଏମଙ୍କ ସହ ଏକ ବୈଷୟିକ ଟିମ୍‌ ମଧ୍ୟ ବାଲେଶ୍ୱର ରେଳ ଷ୍ଟେସନ ପରିଦର୍ଶନରେ ଆସିଥିଲେ । ପୂର୍ବ ଡିଜାଇନ୍‌ ତୁଳନାରେ ବର୍ତମାନ ପ୍ରସ୍ତାବିତ ଡିଜାଇନ୍‌ ସମ୍ପୂର୍ଣ ଭାବେ ଭିନ୍ନ ଓ ଆକର୍ଷଣୀୟ ହେବ ବୋଲି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସୂଚନା ଦେଇଛନ୍ତି।

Spread the love