ମୁଁ କୌଣସି କମ୍ପାନୀର CEO ହେବାକୁ ଚାହେଁନା: ଏଲନ ମସ୍କ

ସାନଫ୍ରାନସିସ୍କୋ ୧୭।୧୧: କୌଣସି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ହେବାକୁ ଚାହେଁନା କହିଛନ୍ତି ଏଲନ ମସ୍କ। ନା ଟେସ୍ଲା ନା ଟ୍ୱିଟର କାହାର ହେଲେ ସିଇଓ ହେବାକୁ ଚାହଁନା ବୋଲି ସେ କହିଛନ୍ତି। ମସ୍କ ବୁଧବାର ଆମେରିକାର ଏକ କୋର୍ଟରେ ସାକ୍ଷ ଦେବା ଅବସରରେ କହିଛନ୍ତି ଯେ ସତ କଥା କହିବାକୁ ଗଲେ ମୁଁ କାହାର ହେଲେ ସିଇଓ ହେବାକୁ ଚାହେଁନା । ଟେସ୍ଲାରେ ତାଙ୍କର ବିବାଦୀୟ ବେତନ କ୍ଷତିପୂରଣ ପ୍ୟାକେଜ୍ କୁ ଚାଲେଞ୍ଜ କରି ଦାଖଲ ପିଟିସନର ଜବାବରେ ସେ ଏହା କହିଛନ୍ତି।

ସେ କହିଛନ୍ତି ଯେ ବାସ୍ତବରେ ମୁଁ ପ୍ରଯୁକ୍ତି ନିମନ୍ତେ ରକେଟ୍ ଓ ଟେସ୍ଲାର ଇଞ୍ଜିନିୟରିଂ ଲାଗି ମୁଁ ଦାୟୀ ଯାହା ଏହାକୁ ସଫଳ କରିଛି। ମସ୍କ କହିଛନ୍ତି ଯେ ପ୍ରାୟତଃ ସିଇଓଙ୍କୁ ବ୍ୟବସାୟ କେନ୍ଦ୍ରୀତ ଭୂମିକାରେ ଦେଖାଯାଏ। ତେବେ ବାସ୍ତବରେ ମୋର ଭୂମିକା ପ୍ରଯୁକ୍ତିର ବିକାଶ କରିବା ଓ ଏହାକୁ ସୁନିଶ୍ଚିତ କରିବାଠାରୁ ଢେର ଅଧିକ। କାରଣ ଆମେ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିର ବିକାଶ କରୁଛୁ ଓ ଆମ ପାଖରେ ଅବିଶ୍ୱସନୀୟ ଇଞ୍ଜିନିୟରଙ୍କ ଏକ ଟିମ୍‌ ରହିଛି, ଯେଉଁମାନେ ଏହି ଲକ୍ଷକୁ ହାସଲ କରୁଛନ୍ତି।

ସେ କହିଛନ୍ତି ଯେ ସବୁଦିନ ଲାଗି ଟ୍ୱିଟରର ସିଇଓ ହୋଇ ରହିବାକୁ ଚାହେନା। ଟ୍ୱିଟର ଚଳାଇବାକୁ କାହାକୁ ଜଣେ ଖୋଜିବାକୁ ପଡିବ। ଟେସ୍ଲା ବୋର୍ଡଙ୍କ ପୂର୍ବତନ ସଦସ୍ୟ ଜେମ୍ସ ମଡରେକଙ୍କ ଅନୁସାରେ ମସ୍କ ଟେସ୍ଲାଙ୍କ ସିଇଓ ରୂପେ ପଦ ଛାଡିବାକୁ ବିଚାର କରୁଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ମସ୍କ ନିଜ ଉପରେ ଅଧିକ ଚାପ ନେଉଥିବାରୁ ନିବେଶକମାନେ ଉଦବେଗ ପ୍ରକାଶ କରିଛନ୍ତି। ମସ୍କ ଚଳିତ ସପ୍ତାହରେ ଆମେରିକାରେ ୨ଟି କୋର୍ଟ ମାମଲାର ସମ୍ମୁଖୀନ ହୋଇଛନ୍ତି। ଏଥିରୁ ଗୋଟିଏ ଟେସ୍ଲା ସେୟାର ହୋଲ୍ଡରମାନଙ୍କ ପକ୍ଷରୁ ହୋଇଥିବା ବେଳେ ଅନ୍ୟଟି ଲସଏଞ୍ଜେଲସ ଦୁର୍ଘଟଣାରେ ହୋଇଥିବା ମୃତ୍ୟୁ ମାମଲାର ସମ୍ମୁଖୀନ ହୋଇଛନ୍ତି।

ବିବାଦୀୟ ଅଟୋ ପାଇଲଟ ଉନ୍ନଚ ଚାଳକ ସହାୟତା ପ୍ରଣାଳୀ ନେଇ ଟେସ୍ଲା ଯାଞ୍ଚର ସମ୍ମୁଖୀନ ହୋଇଛି, ଯେଉଁଥିରେ କଥିତ ରୂପେ କେତେ ଲୋକଙ୍କ ପ୍ରାଣହାନୀ ହେଲାଣି। ଗତ ଅଗଷ୍ଟ ମାସରେ କାଲିଫର୍ଣ୍ଣିଆ ମୋଟର ବାହନ ବିଭାଗ (ଡିଏମଭି) ମସ୍କଙ୍କ ଦ୍ୱାରା ସଞ୍ଚାଳିତ ଟେସ୍ଲାଙ୍କ ଦ୍ୱାରା ଅଟୋ ପାଇଲଟ ଓ ଏଫସିଡି ସୁବିଧା ସମ୍ପର୍କରେ ମିଥ୍ୟା ଦାବି କରୁଥିବାର ଅଭିଯୋଗ କରିଛନ୍ତି।

Spread the love