ଶୀତ ଦିନରେ ଅଧିକ ଗରମ ପୋଷାକ ପିନ୍ଧନ୍ତୁ ନାହିଁ, ନଚେତ କମିଯିବ ରୋଗ ପ୍ରତିରୋଧକ ଶକ୍ତି

ଶୀତ ଦିନେ ଋତୁ ପରିବର୍ତ୍ତନ ହେବା ସହିତ ଶରୀରର ଆବଶ୍ୟକତା ମଧ୍ୟ ବଦଳିଯାଏ । ଥଣ୍ଡା ପାଗରେ ଫ୍ଲୁ ଏବଂ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ନିହାତି ଆବଶ୍ୟକ । ଏହି ସବୁ ଜିନିଷ ଲୋକମାନେ ଜାଣିକି ମଧ୍ୟ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଶୀତଦିନେ ଲୋକମାନେ ପ୍ରାୟତଃ କେଉଁ ଭୁଲ କରନ୍ତି ଜାଣନ୍ତୁ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଥଣ୍ଡା ପାଗରେ ଅଧିକ ସମୟ ଗରମ ପାଣିରେ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଏହା ଆମ ଶରୀର ଏବଂ ମନକୁ ଉଭୟ ପ୍ରଭାବିତ କରିଥାଏ । ବାସ୍ତବରେ, ଗରମ ପାଣିରେ ଥିବା କିରାଟିନ୍ ନାମକ ତତ୍ତ୍ୱ ଚର୍ମ କୋଷକୁ କ୍ଷତି ପହଞ୍ଚାଇଥାଏ । ଯାହାଫଳରେ ଚର୍ମରେ କୁଞ୍ଚନ ଓ ଶୁଷ୍କତା ବୃଦ୍ଧିପାଇଥାଏ । ଶୀତଦିନେ ନିଜକୁ ଗରମ ରଖିବା ଏକ ଭଲ କଥା, କିନ୍ତୁ ଅଧିକ ପୋଷାକ ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଶରୀର ଅତ୍ୟଧିକ ଉତ୍ତାପର ଶିକାର ହୋଇପାରେ। ବାସ୍ତବରେ, ଆମର ପ୍ରତିରକ୍ଷା ପ୍ରଣାଳୀ ଥଣ୍ଡା ହେଲେ ଧଳା ରକ୍ତ କଣିକା (ଡବ୍ଲୁବିସି) ଉତ୍ପାଦନ କରେ, ଯାହା ଆମକୁ ସଂକ୍ରମଣ ଏବଂ ରୋଗରୁ ରକ୍ଷା କରିଥାଏ। ଶରୀର ଅତ୍ୟଧିକ ଗରମ ହେଲେ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଯାଇଥାଏ ।

ଶୀତଦିନେ, ଚା ଏବଂ କଫି ପିଇବା ଭଲ କିନ୍ତୁ ୨/୩ କପରୁ ଅଧିକ ଚା କିମ୍ବା କଫି ପିଇବା ଉଚିତ୍ ନୁହେଁ। ଶୀତଦିନେ ଲୋକମାନେ କମ୍ ଶୋଷିଲା ଅନୁଭବ କରନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଶୀତରେ ଶରୀରକୁ ଜଳର ଆବଶ୍ୟକତା ନାହିଁ । ପରିସ୍ରା, ହଜମ ପ୍ରକ୍ରିୟା ଏବଂ ଝାଳ ଆକାରରେ ଶରୀରରୁ ଜଳ ବାହାରିଥାଏ । ଏପରି ପରିସ୍ଥିତିରେ, ପାଣି ନପିଇଲେ ଶରୀର ଡିହାଇଡ୍ରେଟିଂ ଆରମ୍ଭ କରିଥାଏ । ଏହା କିଡନୀ ଏବଂ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ । ଏକ ଅନୁସନ୍ଧାନ ଅନୁଯାୟୀ, ରାତିରେ ଶୋଇବା ପୂର୍ବରୁ ହାତ ଏବଂ ପାଦକୁ ଗ୍ଲୋଭସ୍ ଏବଂ ବେଡସିଟ୍ ଘୋଡାଇ ରଖିବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ। ଶୋଇବା ସମୟରେ ଏହି ଉପାୟ ଅତ୍ୟନ୍ତ ଲାଭଦାୟକ ବୋଲି ଏକ୍ସପର୍ଟମାନେ କହିଛନ୍ତି । ଶୀତଦିନରେ ଫିଜିକାଲ୍ ଆକ୍ଟିଭିଟି ନ ହେବା କାରଣରୁ ଆମ ଇମ୍ଯୁନ ସିଷ୍ଟମ ଉପରେ ଏହାର ପ୍ରଭାବ ପଡିଥାଏ। ତେଣୁ ଘରେ ବସିରହିବା ପରିବର୍ତ୍ତେ ସାଇକେଲିଂ, ଚାଲିବା ଏବଂ ୱାର୍କଆଉଟ ଆଦି ଆରମ୍ଭ କରିଦେବା ଉଚିତ।

Spread the love