ନିର୍ବାଚନ ଆଚରଣ ବିଧି ଉଲଘଂନରୁ ପ୍ରଶାସନିକ ଅଧିକାରୀ ଓ ସରକାରୀ କର୍ମଚାରୀଙ୍କୁ ନିବୃତ ରହିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ଜିଲ୍ଲାପାଳ : ବିଜେପି

ବରଗଡ,ତା.୧୭/୧୧: ବରଗଡ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନର ପ୍ରକ୍ରିୟା ଚାଲୁଥିବା ଯୋଗୁଁ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କୌଣସି ମତେ ଗ୍ରହଣିୟ ନୁହେଁ । ଏହାକୁ କାର୍ଯ୍ୟ କ୍ଷେତ୍ରରେ ନିରୀକ୍ଷଣ କରିବା ପାଇଁ ନିର୍ବାଚନ ଆୟୋଗ ଜିଲ୍ଲା ପ୍ରଶାସନ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ମାତ୍ର ଶାସକ ଦଳର ଇଙ୍ଗିତରେ ପ୍ରଶାସନିକ ଅଧିକାରୀମାନେ ଖୋଲାଖୋଲି ଭାବେ ଆଚରଣବିଧି ଉଲଘଂନ କିରିବା ସମ୍ପୂର୍ଣ୍ଣ ରୂପେ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ।
ବ୍ଲକ /ଏନ୍‌ଏସିର ପ୍ରଶାସକ ଏବଂ ଶାସକ ଦଳର ବ୍ଲକ/ ଏନ୍‌ଏସିର ଚେୟ୍ୟାରମେନଙ୍କ ସମେତ ଶାସକ ଦଳର ମନ୍ତ୍ରୀ ଓ ନେତାଙ୍କ ଇଙ୍ଗିତରେ ରାଜବୋଡାସମ୍ବର, ପାଇକମାଲ ଓ ଝାରବନ୍ଧ ବ୍ଲକ ତଥା ପଦ୍ମପୁର ଏନଏସିର ସିଡିପିଓ, ଏସଏସଜି କୋଡିନେଟ୍‌ର ଓ ଏସଏସ୍‌ଜି ସୁପରଭାଇଜରମାନେ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବିଜୁ ଜନତା ଦଳର ନାମାଙ୍କନପତ୍ର ଦାଖଲ ଶୋଭାଯାତ୍ରାରେ ତଥା ମନ୍ତ୍ରୀମାନଙ୍କ ସଭାରେ ଯୋଗ ଦେବା ପାଇଁ ବାଧ୍ୟ କରୁଛନ୍ତି । ଏଥିସହ ନିର୍ବାଚନ ପ୍ରକ୍ରିୟା ଚାଲୁଥିବା ସମୟରେ ୩ଟି ଯାକ ବ୍ଲକର କନିଷ୍ଠଯନ୍ତ୍ରୀମାନେ ବିଭିନ୍ନ ଗାଁରେ କଲ୍ୟାଣମଣ୍ଡପ, ଗୋଷ୍ଠୀକେନ୍ଦ୍ର ଓ କ୍ଲବ ଗୃହ ଇତ୍ୟାଦିର ଲେଆଉଟ୍ ଦେଉଛନ୍ତି । ଯାହାକି ନିର୍ବାଚନରେ ଭୋଟରମାନଙ୍କୁ ବିଜୁ ଜନତା ଦଳ ସପକ୍ଷରେ ପ୍ରଭାବିତ କରିବା ପାଇଁ ଉର୍ଦ୍ଧିଷ୍ଠ ଅଟେ । ନିର୍ବାଚନ ଆଚରଣ ବିଧି ଉଲଘଂନରୁ ପ୍ରଶାସନିକ ଅଧିକାରୀ ଓ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତ କରିବା ପାଇଁ ବିଧିବ୍ୟବସ୍ଥା ଅନୁଯାୟୀ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ଆବଶ୍ୟକ ସ୍ଥଳେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି ।
ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ବରଗଡ ଜିଲ୍ଲା ତରଫରୁ ଏକ ପ୍ରତିନିଧି ଦଳ ବରଗଡ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି । ଏହି ପ୍ରତିନିଧି ଦଳରେ ବରିଷ୍ଠ ନେତା ସୁରେଶ୍ୱର ଶତପଥୀ, ଡାକ୍ତର ଅରୂପା ନନ୍ଦ ସାହୁ, ଅଶୋକ ପଣ୍ଡା ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Spread the love