୨୦ରୁ ମୟୁରଭଞ୍ଜ ମହୋତ୍ସବ, ପ୍ରସ୍ତୁତି ଜୋରଦାର

ବାରିପଦା: ୫ମ ବର୍ଷରେ ପଦାର୍ପଣ କରିଛି ମୟୁରଭଞ୍ଜ ମହୋତ୍ସବ। ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି। ଆସନ୍ତା ନଭେମ୍ବର ୨୦ ତାରିଖରୁ ୨୭  ପର୍ଯ୍ୟନ୍ତ ଚାଲିବା ଏହି ମହୋତ୍ସବ। ପ୍ରଥମ ଦିନରେ ସମଗ୍ର ଜିଲ୍ଲାର ଲୋକକଳାକୁ ଏକ କାର୍ନିଭାଲ୍ ସୋ ମାଧ୍ୟମରେ ଜଗନ୍ନାଥ ମନ୍ଦିର ରୁ ଛଉପଡିଆ ଯାଏଁ ପ୍ରଦର୍ଶିତ କରାଯିବ।

୨୧ ରୁ ୨୭ ତାରିଖ ପର୍ଯ୍ୟନ୍ର ୭ଦିନ ଧରି ବାରିପଦାର ଐତିହାସିକ ଛଉ ପଡିଆ ମଞ୍ଚରେ ଅନୁଷ୍ଠିତ ହେବ ମୟୁରଭଞ୍ଜ ମହୋତ୍ସବ। ଏହି ୭ ଦିନରେ ମୟୁରଭଞ୍ଜ ଆଦିବାସୀ କଳା ସଂସ୍କୃତି ସହିତ  ଛଉ, ଝୁମର, ଶାନ୍ତାଳୀ ଲୋକକଳାର ବହୁ ସୁନାମ ଧନ୍ୟ କାଳାକାରଙ୍କ ସହିତ ଓଡିଶା ସିନେ ତାରକା ମାନେ ମଧ୍ୟ ମଞ୍ଚରେ ଦେଖାଦେବେ। ମହୋତ୍ସବରେ ମୟୂରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପ ଠାରୁ ଆରମ୍ଭ କରି, କୂଟୀର ଶିଳ୍ପ, ପାରମ୍ପାରିକ ପୋଷାକ। ଘରକରଣା ସାମଗ୍ରୀ ସହିତ ପାରମ୍ପାରିକ ମାଂସ-ମୂଢୀ ଓ ଅନ୍ୟାନ୍ୟ ଖାଦ୍ୟର ମଜାନେବେ ଲୋକେ। ୧୫୦ ଟି ଷ୍ଟଲ ସହିତ ପ୍ରତିଦିନ ସନ୍ଧ୍ୟା ୫ଟା ରୁ ରାତି ୧୦ଟା ଯାଏଁ ଚାଲିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଦୁଇ ବର୍ଷ କୋଭିଡ୍ କାରଣରୁ ବନ୍ଦ ଥିବା ଏହି ମହୋତ୍ସବ ରେ ସାମାଜିକ ଦୂରତା, ସ୍ୱଚ୍ଛତା ଓ ସୁରକ୍ଷା ର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶାନ୍ତଶୃଙ୍ଖଳା ମଧ୍ୟରେ ଲୋକେ କିଭଳି ପୁରା ମହୋତ୍ସବ ର ମଜା ନେଇପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ମହୋତ୍ସବର ସମ୍ପାଦକ।

Spread the love