‘ନୋ ମନି ଫର୍ ଟେରର୍’; ଆତଙ୍କବାଦକୁ ନେଇ ବର୍ଷିଲେ ପ୍ରଧାନମନ୍ତ୍ରୀ, ନାଁ ନନେଇ ପାକିସ୍ତାନକୁ ଟାର୍ଗେଟ୍

ନୂଆଦିଲ୍ଲୀ:  ‘ନୋ ମନି ଫର୍ ଟେରର୍’ ସମ୍ମିଳନୀରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାଁ ନେଇ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ଦେଶମାନଙ୍କୁ ଟାର୍ଗେଟ୍ କରିଛନ୍ତି । ଆତଙ୍କୀଙ୍କୁ କିଛି ଦେଶ ଫଣ୍ଡିଂ କରୁଛନ୍ତି । ବିଭିନ୍ନ ରାସ୍ତା ଦେଇ ଆତଙ୍କୀ ପାଖରେ ସହାୟତା ପହଞ୍ଚୁଛି । ଏବେ ବିଶ୍ବରୁ ଆତଙ୍କବାଦ ମୂଳପୋଛ କରିବାର ସମୟ ଆସିଛି ବୋଲି ପିଏମ ମୋଦି କହିଛନ୍ତି । ‘ନୋ ମନି ଫର୍ ଟେରର୍’ କନଫରେନ୍ସ ପୂର୍ବରୁ ପ୍ୟାରିସ୍ ଓ ମେଲବୋର୍ଣ୍ଣରେ ହୋଇଥିଲା । ଚଳିତ ବର୍ଷ ଭାରତରେ ଏହି ମୁଦ୍ଧା ଉପରେ ଆଲୋଚନା ଚାଲିଛି ।

ଶୁକ୍ରବାର ଠାରୁ ଭାରତରେ ‘ନୋ ମନି ଫର୍ ଟେରର୍’ ସମ୍ମିଳନୀରେ ଆରମ୍ଭ ହୋଇଛି । ଏଥିରେ ପ୍ରାରମ୍ଭରୁ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିଛି ଦେଶ ଆତଙ୍କବାଦୀଙ୍କୁ ସମର୍ଥନ କରିବା ସହ ଫଣ୍ଡିଂ ଯୋଗାଡ଼ କରୁଛନ୍ତି । ବିଭିନ୍ନ ରାସ୍ତା ଦେଇ ଆତଙ୍କୀ ପାଖରେ ଅର୍ଥ ପହଞ୍ଚୁଛି । ଆତଙ୍କବାଦୀ ମାନବ ସମାଜ, ସ୍ବତନ୍ତ୍ରତା ଓ ସଭ୍ୟତା ପାଇଁ ବଡ଼ ବିପଦ । ଆତଙ୍କବାଦର କୌଣସି ସୀମା ନାହିଁ । ସମସ୍ତେ ଏକଜୁଟ ହୋଇ ଆତଙ୍କୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଗୁରୁବାର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଆତଙ୍କବାଦକୁ ନେଇ ପାକିସ୍ତାନକୁ ଟାର୍ଗେଟ୍ କରିଥିଲେ । ସେ କହିଛନ୍ତି, ଭାରତ ସବୁବେଳେ ପାକିସ୍ତାନ ସହ ଉତ୍ତମ ସମ୍ପର୍କ ରଖିବାକୁ ପ୍ରୟାସ ଜାରି ରଖିଛି, ହେଲେ ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରି ଭାରତର କ୍ଷତି ପହଞ୍ଚାଉଛି ।   

Spread the love