ଟ୍ରକ ପଛରେ ପିଟିଲା ପିକ୍‌-ଅପ୍‌ ଭ୍ୟାନ, ଜଣେ ମୃତ

ରାଉରକେଲା, ୧୯/୧୧: ରାଉରକେଲା ଚାନ୍ଦିପୋଷ ଥାନା ବିରତୋଳା ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘିଟିଛି । ରାସ୍ତାକଡ଼ରେ ଛିଡା ହୋଇଥିବା ଟ୍ରକ ପଛରେ ଭାରସାମ୍ୟ ହରାଇ ଏକ ପିକ୍‌-ଅପ୍‌ ଭ୍ୟାନ ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ପିକ୍‌-ଅପ୍‌ ଭ୍ୟାନର ଚାଳକ ସହ ବସିଥିବା ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବଣାଇ ଡାକ୍ତରଖାନା ପରେ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ରାଉରକେଲା ଡାକ୍ତରଖାନାରେ ଚିକିତ୍ସ।ଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ଆଉ ଜଣେ ଚିକିତ୍ସ। ହେଉଛନ୍ତି । ଖବର ପାଇ ଚାନ୍ଦିପୋଷ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ଅନ୍ୟପଟେ ଛିଡା ହୋଇଥିବା ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

Spread the love