ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଲା ପ୍ରଶ୍ନ, ଭାଇରାଲ୍‌ ହେଲା ଗର୍ଭଗୃହ ଫଟୋ

ପୁରୀ, ୧୯/୧୧: ପୁରୀ ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଛି ପ୍ରଶ୍ନ। ପୁଣି ଭାଇରାଲ ହେବାରେ ଲାଗିଛି ଶ୍ରୀମନ୍ଦିର ଗର୍ଭଗୃହ ଭିତର ଫଟୋ। ଆକାଶ ଚୌଧୁରୀ ନାମକ ଜଣେ ବ୍ୟକ୍ତି ତାଙ୍କ ଫେସବୁକ ଆକାଉଣ୍ଟରେ ଏହି ଫଟୋ ସବୁ ଭାଇରଲ କରିଥିବା ଦେଖିବାକୁ ମିଳିଛି। ତେବେ ଶ୍ରୀମନ୍ଦିର ଭିତର ଫଟୋ ବିଭିନ୍ନ ସମୟରେ ଭାଇରାଲ ହୋଇଥିବା ସତ୍ତ୍ୱେ ଏହି ଫଟୋ ଭାଇରଲ ନିଆରା ଅଟେ । ପୂର୍ବରୁ ଭାଇରଲ ଫଟୋ ଗୁଡିକ ଭିତର ବେଢାର ଥିବାବେଳେ ଆଜି ଭାଇରଲ ହୋଇଥିବା ଫଟୋ ଗୁଡିକ ଗର୍ଭଗୃହ ଭିତରର। ଏଣୁ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ଢିଲା ଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ।

Spread the love