ରାଜ୍ୟ ସରକାରଙ୍କ ଚାଷୀ ଶୋଷଣ ନୀତିକୁ ବିଜେପି ବରଦାସ୍ତ କରିବ ନାହିଁ: ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର

ଭୁବନେଶ୍ୱର,ତା.୨୦/୧୧: ଆଜି ରାଜ୍ୟ ସରକାରଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ଆକ୍ରୋଶମୂଳକ ପ୍ରତିବାଦ କରୁଛି । କିନ୍ତୁ ଅପାରଗ ଶାସନ ମୁଖିଆ ଏହାର ଜବାବ୍ ନଦେଇ ମୌନ ହୋଇ ରହୁଛନ୍ତି । ଫଳରେ ଚାଷୀ ବା ଅନ୍ନଦାତା ସବୁଥିରୁ ବଂଚିତ ହୋଇ ମୃତ୍ୟୁ ଆଡକୁ ଟାଣି ହୋଇଯାଉଛି । ବିଜେପି ସର୍ବଦା କୃଷକଙ୍କ ମଙ୍ଗଳ ଲାଗି କାର୍ଯ୍ୟ କରିଆସୁଛି । କୃଷି ଓ କୃଷକଙ୍କ ନ୍ୟାୟ ଲାଗି ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ତଥା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତୃତୀୟ ଦିବସରେ ସତ୍ୟାଗ୍ରହ ହୋଇଥିଲା । ଏହି ଲଢ଼େଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ସରକାର କଟନି ଛଟନି, ମଣ୍ଡି ବ୍ୟବସ୍ଥାର ସରଳୀକରଣ, ବିହନ ଓ ସାର ଅଭାବ, ଅବ୍ୟବସ୍ଥିତ ଟୋକନ ବ୍ୟବସ୍ଥା, ଫସଲବୀମାରାଶି ତୁରନ୍ତ ଚାଷୀଙ୍କୁ ମିଳିବା ଦରକାର, ଚାଷୀ ଶୋଷଣ ନୀତିକୁ ରାଜ୍ୟ ସରକାର ତୁରନ୍ତ ବନ୍ଦ କରନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଆଜିର ଏହି ସତ୍ୟାଗ୍ରହରେ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଓ କଟକ ଜିଲ୍ଲାର ବାଙ୍କୀ ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀର ଚାଷୀ ଓ କାର୍ଯ୍ୟକର୍ତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।


ରାଜ୍ୟ ସରକାରଙ୍କ ଲାଗି ଓଡ଼ିଶାର ଚାଷ ଓ ଚାଷୀ କ୍ଷତାକ୍ତ । କୃଷକମାନେ ହତାସ ଭିତରେ ଜୀବନ କାଟୁଛନ୍ତି । କିନ୍ତୁ ରାଜ୍ୟ ସରକାର ଏହାର ସମାଧାନ ନକରି ରାଜନୀତି କରୁଛନ୍ତି । ଚାଷୀଙ୍କ ନ୍ୟାୟ ଲାଗି ବିଜେପି ଆଜି ରାଜରାସ୍ତାରେ ବସିଛି ଏହାକୁ ମଧ୍ୟ ବିଜୁ ଜନତା ଦଳ ଦେଖି ଚେତୁଥିଲେ ବି କୌଣସି ଉତର ଦେଉନାହିଁ । ରାଜ୍ୟ ସରକାରଙ୍କ ମୌନ ନୀତିର ଉଚିତ ଜବାବ ଓଡ଼ିଶାର ଚାଷୀକୂଳ ଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଚାଷୀଙ୍କ ସମସ୍ୟା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରକୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ବିଜେପିର କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ବାରମ୍ବାର ରାଜ୍ୟ ସକରାରଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁପଦକ୍ଷେପ ନେଉନାହାନ୍ତି । ବରଂ ନିର୍ବାଚନ ଆସିଲେ ମିଥ୍ୟା ଓ ଅହଂକାରୀ ବିଜେଡି ସରକାର ଚାଷୀଙ୍କ ଲାଗି ପ୍ରତାରଣାର ଜାଲ ବିଛାଉଛି । କ୍ଷମତା ଲୋଭରେ ଚାଷୀଙ୍କ ଜୀବନ ସହ ରାଜ୍ୟ ସରକାର ଖେଳ ଖେଳୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତି ପରିଡା, ରାଜ୍ୟ ସାଧାରଣ ସଂପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ତେଜେଶ୍ୱର ପରିଡା, ଶୁଭ୍ରାଂଶୁ ମୋହନ ପାଢ଼ୀ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ମହେଶ ମହାନ୍ତି, ଶାରଦା ପ୍ରଧାନ, ଗୌତମ ରାୟ, ଜଗନ୍ନାଥ ପ୍ରଧାନ, ବବିତା ମଲ୍ଲିକ, ଜୟନ୍ତ ଜେନା, ତୃପ୍ତିମୟୀ ମକଦ୍ଦମ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିକ୍ରମ ପ୍ରଧାନ, ସଭା ସଂଚାଳକ ସୁଶାନ୍ତ କୁମାର ସାବତ, ସଂଗ୍ରାମ କେଶରୀ ନାୟକ ପ୍ରମୁଖ ସାମିଲ ହୋଇଥିଲେ ।

Spread the love