ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ଓଡ଼ିଶାର ସବୁ ରେଳ ଷ୍ଟେସନକୁ ଗୋଟିଏ ଜୋନରେ ରଖିବାକୁ ଦାବି

ଝାରସଗୁଡ଼ା /ଭୁବନେଶ୍ୱର ୨୦।୧୧ : ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ଓଡ଼ିଶାର ସବୁ ରେଳ ଷ୍ଟେସନକୁ ଗୋଟିଏ ଜୋନ୍ ଅଧୀନରେ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖି ରାଉରକେଲାରେ ନୂତନ ରେଳ ଡିଭିଜନ କରି ତା ଅଧୀନରେ ଝାରସୁଗୁଡ଼ା ଷ୍ଟେସନକୁ ରଖିବା ପାଇଁ ଚିଠି ଲେଖିଛନ୍ତି । ଝାରସୁଗୁଡ଼ା ଜିଲ୍ଲାରେ ରହିଥିବା ଷ୍ଟେସନ ଗୁଡିକ ୪ଟି ପୃଥକ ଡିଭିଜନ ଓ ୩ଟି ଜୋନ୍ ଅଧୀନରେ ଆସୁଛି। ଯାହାଫଳରେ ଓଡ଼ିଶାର ରାଜସ୍ଵ ଅନ୍ୟ ରାଜ୍ୟକୁ ଯାଉଛି । ଏସବୁ ଦୃଷ୍ଟିରୁ ଝାରସୁଗୁଡା ମଧ୍ୟ ରେଳ ଡିଭିଜନ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ଦାବି କରାଯାଇଛି।

Spread the love