ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ୍‌ ଘଟଣା, ସିଂହଦ୍ୱାର ଥାନାରେ ଏତଲା

ପୁରୀ ୨୦।୧୦ : ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ନେଇ ଥାନାରେ ଏତଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ଵାର ଥାନାରେ ଦିଆଗଲା ଏତଲା। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି. ଚନ୍ଦ୍ରଶେଖର ରାଓ ଏତଲା ଦେଇଛନ୍ତି । କେଉଁ ପରିସ୍ଥିତିରେ ଫେସବୁକରେ ଫଟୋ ଏବଂ ଭିଡ଼ିଓ ଭାଇରାଲ କଲେ ଆକାଶ ଚୌଧୁରୀ  । ସେନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ଉଲ୍ଲେଖ କରାଯାଇଛି ।

ଖବର ଅନୁଯାୟୀ, ଆକାଶ ଚୌଧୁରୀ ନାମକ ଜଣେ ବ୍ୟକ୍ତି ତାଙ୍କ ଫେସବୁକ ଆକାଉଣ୍ଟରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ କରିଥିଲେ। ଯାହାପରେ ବିବାଦ ଦେଖାଯାଇଥିଲା । ବିଭିନ୍ନ ମହଲରୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ଉଠିଥିଲା । ଏହିକ୍ରମରେ ରବିବାର ଦିନ ଶ୍ରୀମନ୍ଦିର ପ୍ରଶାସକ ଭି.ଚନ୍ଦ୍ରଶେଖର ରାଓ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ।

Spread the love